ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ଆଜି ମାଟ୍ରିକ ପିଲାଙ୍କ ପରୀକ୍ଷା ଫଳ ସଂକ୍ରାନ୍ତରେ ଏକ ନିର୍ଦେଶନାମା ପ୍ରକାଶ କରିଛନ୍ତି l ସେଥିରେ ନବମ ଓ ଦଶମ ଶ୍ରେଣୀର ପୂର୍ବ ପରୀକ୍ଷା ରେ ରଖିଥିବା ପରୀକ୍ଷା ଫଳକୁ ବିଚାରକୁ ନେଇ ମାଟ୍ରିକ ପରୀକ୍ଷା ଫଳ ଦିଆଯିବାକୁ ବ୍ୟବସ୍ଥା ହୋଇଛି, ହେଲେ ପ୍ରତ୍ୟେକ ପିଲା ମାଟ୍ରିକ ବୋର୍ଡ ପରୀକ୍ଷାରେ ତାର ସମସ୍ତ ଚେଷ୍ଟା ଲଗାଇ ଓ ପରିଶ୍ରମ କରି ସର୍ବୋତ୍ତମ ପରୀକ୍ଷା ଦେଇଥାଏ l ତେଣୁ ଏପରି ବିଚାର କଲେ ଆମେ ପିଲାମାନଙ୍କ ପ୍ରତି ଅନ୍ୟାୟ କଲା ଭଳି ମନେହେଉଛି l ଯଦି ଅନ୍ତତଃ ପକ୍ଷେ ପିଲାମାନଙ୍କୁ ଅଳ୍ପ ମାର୍କର ହେଉ ପଛେ ଅନଲାଇନ ପରୀକ୍ଷା କରାଯାଇ ନମ୍ବର ଦିଆଯାଇଥାନ୍ତା, ବେଶ ଭଲ ହୋଇଥାନ୍ତା l ସେମାନେ ନିଜର ଭବିଷ୍ୟତ ଶିକ୍ଷା ଗ୍ରହଣ ପାଇଁ ଯୋଗ୍ୟତା ମାପିବା ପାଇଁ ସଠିକ ସୁଯୋଗ ପାଇପlରି ଥାନ୍ତେ l ସିବିଏସ ଇ କର୍ତ୍ତୃପକ୍ଷ ପିଲାଙ୍କ ମାର୍କ ଦେବାପାଇଁ ସମସ୍ତ ଦାୟିତ୍ୱ ସ୍କୁଲ ମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି l ସେଥିପାଇଁ ସ୍କୁଲ ମାନଙ୍କରେ ବର୍ତମାନ ବ୍ୟାପକ ଜାଲିଆତି ହୋଇ ମାର୍କିଙ୍ଗ ହେବ l ଯାହାର ଯେତେ ଲବି ସେ ସେତେ ଅଧିକ ମାର୍କ ପାଇପାରିବେ l ଯଦି ସିବିଏସ ଇ ଓ ଆଇ ସି ଏ ସି ପିଲାମାନେ ଏ ବର୍ଷ ପାଇଁ ଭଲ ନମ୍ବର ପାଇବେ ତେବେ ଅlମର ଓଡ଼ିଆ ମିଡ଼ିଅମ ପିଲାମାନେ ମାର୍କ ପାଇବା କ୍ଷେତ୍ରରେ ନିଶ୍ଚିତ ପଛରେ ପଡିଯିବେ l ଫଳରେ ସମସ୍ତ ସର୍ବ ଭାରତୀୟ ପ୍ରତିଯୋଗିତା ରେ ସେମାନେ ସାରାଜୀବନ ଅସୁବିଧା ଅନୁଭବ କରିବେ l ତେଣୁ ଓଡିଶା ବୋର୍ଡ ରେ ଖୋଲା ଖୋଲି ମାର୍କ ଦେବା ବ୍ୟବସ୍ଥା କରି ପ୍ରଧାନ ଶିକ୍ଷକ ମାନଙ୍କୁ ଦାୟିତ୍ୱ ଦେଇ ଭଲ ପିଲାଙ୍କୁ ଭଲ ମାର୍କ ଦେବା ଭଳି ବ୍ୟବସ୍ଥା କରାଯାଉ ନଚେତ ଆମ ପିଲା ପଛେରେ ପଡିଯିବେ ବୋଲି ଓଡିଶା ଅଭିଭାବକ ମହାସଂଘ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ ପ୍ରକାଶ କରିଛନ୍ତି l
Related Stories
December 1, 2024
November 25, 2024