ବରୀ(ରତ୍ନଗିରି ନ୍ୟୁଜ):-ଯାଜପୁର ଜିଲ୍ଲା କଳା ମାଟିଆ ଠାରେ ପାଳିତ ହୋଇଯାଇଛି 80 ତମ ସହିଦ୍ ଦିବସ l 1942 ମସିହା ଅଗଷ୍ଟ 26 ତାରିଖ ରାକ୍ଷୀ ପୁନେଇଁ ଦିନ ଇଂରେଜ ସୈନିକଙ୍କ ଗୁଳିରେ ଟଳିପଡ଼ି ଥିଲେ ବରୀର ଚାରିଜଣ ବୀର ସ୍ଵାଧୀନତା ସଂଗ୍ରାମୀ ସାଉଁଟି ମଲିକ୍, ସାନନ୍ଦ ସ୍ୱାଇଁ, ହାଡିବନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁ l ଏହି ଦିନକୁ ମନେ ପକାଇବାକୁ ଯାଇ କଳା ମାଟିଆ ସହିଦ୍ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ସହିଦ୍ ଦିବସ l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶାସକଦଳ ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ସ୍ଵାଧୀନତା ସଂଗ୍ରାମର ଅନ୍ୟତମ ପିଠ ବରୀ ବୋଲି କହିବା ସହ ଏହି ସହିଦ୍ ମାଟି ବୀରତ୍ୱର କଥା କହେ l ଏଠାରେ ସହିଦ୍ ହୋଇଥିବା ସଂଗ୍ରାମୀ ମାନଙ୍କ କୌଣସି ଲୋଭ ନଥିଲା କେବଳ ଲକ୍ଷ ଥିଲା ପରାଧୀନ ଭାରତକୁ ସ୍ଵାଧୀନ କରିବା ଯାହା ପରବର୍ତ୍ତୀ ସମୟରେ ସାକାର ହୋଇଥିଲା ବୋଲି ବିଧାୟିକା ଶ୍ରୀମତୀ ମଲିକ୍ ପ୍ରକାଶ କରିଥିଲେ l (byte: ପ୍ରମିଳା ମଲିକ୍)
ଅବସରପ୍ରାପ୍ତ ପ୍ରଫେସର ଦେବ ପ୍ରସାଦ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଧାୟିକା ସୁନନ୍ଦା ଦାସ, ଭାନୁମତୀ ଓଝା, ଅତିରିକ୍ତ ବିଡିଓ ମହେଶ୍ଵର ସେଠୀ, ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ଅଖୟ କୁମାର ମଲିକ, ବୃନ୍ଦାବନ ସାମଲ, ବିଷ୍ଣୁ ଚରଣ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାମଲ, କେଦାର ସାମଲ, ସ୍ଥାନୀୟ ସରପଞ୍ଚ ସମୀର ମଲିକ୍, ପୂର୍ବତନ ସୈନିକ ସଂଘ ସଭାପତି ପ୍ରଦୀପ ଘଡ଼ାଇ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ l
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ, ସହିଦ୍ ସ୍ମୃତି ସଙ୍ଗୀତ ଗାନ କରାଯାଇଥିଲା l , ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ କଳାମାଟିଆ ସହିଦ୍ ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ର ସ୍ଥାୟୀ ସଭାପତି ଶୁକଦେବ ପରିଡା, ସ୍ୱାଗତ୍ କରିଥିଲେ l
ଏହି ଅବସରରେ ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର୍ ପାଇଁ ସମ୍ବର୍ଦ୍ଧିତ ଶ୍ରୀକାନ୍ତ ସାହୁ, ପ୍ରଣବ କୁମାର ସାହୁ, ସ୍ଵୟଂଶି ସେନାପତି, ବନ୍ଦନା ପଣ୍ଡା ପରିବେଶବିତ୍, ନିର୍ମଳ ଚନ୍ଦ୍ର ଜେନା ,ରବୀନ୍ଦ୍ର କୁମାର ପତି, ବୈଷ୍ଣବ ଚରଣ ଜେନା, ଶ୍ରୀକାନ୍ତ କର ପ୍ରମୁଖ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ l