ଗରଦପୁର : ବରଫ ଝଡ଼ରେ ସହିଦ ହେଲେ ପାଟକୁରା ଅଞ୍ଚଳର ଦେବୀ ପ୍ରସନ୍ନ ସୂତାର। ଗତ ଶୁକ୍ରବାର ଦିନ ବରଫ ଅତଡା ଖସି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନାର ଅନତ ଦୂରରେ ଥିବା ଜଗଦଳପୁର ଗ୍ରାମର ନାରାୟଣ ସୂତାରଙ୍କ ସାନ ପୁଅ ଦେବୀ ପ୍ରସନ୍ନ ସୂତାର(୩୬) ଜମ୍ମୁ- କଶ୍ମୀରରେ ସେନାରେ ସିଭିଲ ଇଞ୍ଜିନିଅର ଭାବେ କାର୍ଯ୍ୟରତ ଥିଲେ।କାଶ୍ମୀର ରାସ୍ତାରେ ତାଙ୍କ ଗାଡ଼ି ଅତିକ୍ରମ କରୁଥିବାବେଳେ ବରଫ ଜମି ରହିବା ଫଳରେ ଜେସିବି ମେସିନରେ ବରଫ ସଫା କରାଯାଉଥିବାବେଳେ ନିକଟରେ ଦେବୀ ପ୍ରସନ୍ନ ରହିଥିଲେ। ସେହି ସମୟରେ ଉପରୁ ତଳକୁ ବରଫ ଧସି ଖସି ପଡ଼ିବାରୁ ଜେସିବି ଡ୍ରାଇଭର ଓ ଦେବୀ ପ୍ରସନ୍ନ ବରଫ ତଳେ ଚାପି ହୋଇ ରହି ଯାଇଥିଲେ। ଗତ ଶୁକ୍ରବାର ଦିନ ୧ଟା ସମୟରେ ଏହି ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି । ତେବେ ଦେବୀ ପ୍ରସନ୍ନଙ୍କ ସ୍ତ୍ରୀ ଓ ପୁଅ କାଶ୍ମୀରରେ ତାଙ୍କ ପାଖରେ ରହୁଥିଲେ। ଗତକାଲି ରାତି ୮ଟା ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ରେ ପାର୍ଥିବ ଶରୀର ପହଞ୍ଚିଥିଲା ଘଟଣା ସ୍ଥଳରେ ଗରଦପୁର ବିଡ଼ିଓ ଧର୍ମ ରଞ୍ଜନ ପଣ୍ଡା ଉପସ୍ଥିତ ରହି ଗ୍ରାମ ଅଭିମୁଖେ ବାହାରିଥିଲେ ରାତିରେ ସହିଦ ଯବାନ ଙ୍କ ଶରୀର ଗ୍ରାମରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ପୁରା ଅଞ୍ଚଳ ଫାଟିପଡ଼ିଥିଲା । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାର ବରିଷ୍ଟ ଅଧିକାରୀଙ୍କୁ ଦ୍ଵାରା ଏହାର ତଦାରଖ କରାଯାଇଛି । ସବୁଠୁ ବଡ଼ ଗୁରୁତପୂର୍ଣ୍ଣ କଥା ସ୍ଥାନୀୟ ସରପଞ୍ଚ ଙ୍କ ଉପସ୍ଥିତିରେ ସଚେତନ ଯୁବକ ମାନେ ଦିନ ରାତି ପରିଶ୍ରମ କରି ପୁରା କାର୍ଯ୍ୟକୁ ସହଯୋଗ କରିଥିଲେ । ଆଜି ସକାଳ ୯ଟା ସମୟରେ ନିଜ ଗାଁ ଜଗଦଳପୁରରେ ଯବାନଙ୍କ ମରଶରୀର ଶୋଭାଯାତ୍ରା ସହ ଗାଁ ସମ୍ସାନ ରେ ଗାଡ ଅଫ ଅନର ଦେବା ସହିତ ଶେଷକୃତ୍ୟ ସମ୍ପନ୍ନ କରାଯିବା । ଆଉ ଏଥିରେ ବରିଷ୍ଟ ଵେକ୍ତି ବିଶେଷ ମାନେ ଯୋଗ ଦେବା ନେଇ ସୂଚନା ମିଳିଛି ।
Related Stories
December 1, 2024
November 25, 2024