ଗଞ୍ଜାମ (ରତ୍ନଗିରି ନ୍ୟୂଜ) ୨୮/୦୧ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ବାକିଲିକଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଶେରଗଡ଼ ସିଡ଼ିପିଓ ୧୬ ବର୍ଷିୟା ଜଣେ ନାବାଳିକାକୁ ଉଦ୍ଧାର କରିଛନ୍ତି । ସରକାରଙ୍କ ଏତେ ପ୍ରଚାର ଓ ପ୍ରସାର କଟକଣା ଜାରି ହୋଇଥିବା ସତ୍ତ୍ୱେ ବାଲ୍ୟ ବିବାହ ସମ୍ପୁନ୍ନ ରୂପେ ବନ୍ଦ ହୋଇ ପାରୁ ନାହିଁ। ଗତ ଶନିବାର ଦିନ ଏହି ନାବାଳିକା ଜଣକ ତାଙ୍କ ଘରୁ ଚାଲିଆସି ସେହି ଗ୍ରାମର ତାଙ୍କର ଅନ୍ୟ ଜଣେ ସମ୍ପର୍କିୟଙ୍କ ଘରେ ରହିଥିଲା ।
କିଛି ଦିନ ପରେ ନାବାଳିକାକୁ ଅନ୍ୟତ୍ର ବିବାହ କରାଯିବାର ସୂଚନା ଶେରଗଡ଼ ସିଡ଼ିପିଓ ଗୀତରାଣୀ ରାଉଳଙ୍କ ଠାରେ ପହଂଚିବା ପରେ ସେ ଗତକାଲି ସେ ଗ୍ରାମକୁ ଶେରଗଡ଼ ଥାନା ଆଇଆଇସି ମନୋଜ କୁମାର ପ୍ରଧାନ ଏବଂ ଚାଇଲ୍ଡ ଲାଇନ୍ କର୍ମକର୍ତାଙ୍କୁ ଧରି ନାବାଳିକାକୁ ଉଦ୍ଧାର କରିବା ସହ ସିଡବ୍ଲୁସିଙ୍କୁ ହସ୍ତାନ୍ତର କରିଥିଲେ । କାଉନସେଲିଂ ପରେ ସମ୍ପୃକ୍ତ ନାବଳିକାକୁ ବ୍ରହ୍ମପୁର ସ୍ଥିତ ଉତ୍କଳ ବାଳାଶ୍ରମରେ ଥଇଥାନ କରାଯାଇଛି ।
ରିପୋର୍ଟ-: ରାମକୃଷ୍ଣ ପାଣି, ଗଂଜାମ