ବରୀ (ରତ୍ନଗିରି ନ୍ୟୁଜ)୨୧/୦୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗୁରୁବାର ଦିନ ଥିଲା ନାମାଙ୍କନ ପତ୍ର ଦାଖଲରେ ୪ର୍ଥ ଦିନ । ବିଭିନ୍ନ ପଞ୍ଚାୟତର ସମିତିସଭ୍ୟ ପ୍ରାଥିମାନେ ନାମାଙ୍କନ ଭରିବା ପାଇଁ ନିର୍ବାଚନ ଅଧିକାରୀ ତଥା ବରୀ ବିଡିଓ ଶିବାନନ୍ଦ ସ୍ୱାଇଁଙ୍କ କାର୍ଯ୍ୟଳୟରେ ପହଞ୍ôଚଥିଲେ । ବରୀ ପଞ୍ଚାୟତରୁ ଶିବ ପ୍ରସାଦ ନାୟକ ପ୍ରଥମେ ନିଜର ନାମାଙ୍କନ ଭରି ଥିବାବେଳେ ଶେଷରେ ଇଶାଣପୁର ପଞ୍ଚାୟତର ମନୋଜ ମଳିକ ନିଜର ନାମାଙ୍କନ ଭରିଛନ୍ତି । ଗୁରୁବାର ଦାଖଲ ହୋଇଥିବା ଚର୍ଚ୍ଚିତ ଚେହେରା ମଧ୍ୟରେ ବରୀରୁ ସଞ୍ଜବି କୁମାର ଜେନା, ବାଲିଆରୁ ଶୈଳବାଳା ଜେନା, ଅରଙ୍ଗାବାଦରୁ ମଞ୍ଜୁଲତା ମଳିକ, ଭଅଁରାରୁ ପ୍ରଣତି କର ପ୍ରମୁଖ ନିଜର ନାମାଙ୍କନ ଭରିଥିଲେ । ସର୍ବକନିଷ୍ଠ ପ୍ରାଥି ଭାବେ ଅରଙ୍ଗାବାଦର ମଞ୍ଜୁଲତା ମଳିକ ନିଜର ନାମାଙ୍କନ ଭରିବାବେଳେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ଗଣମାଧ୍ୟମ ପ୍ରତିନିଧିକୁ ସୂଚନା ଦେଇ କୁମାରୀ ମଞ୍ଜୁଲତା ଲୋକଙ୍କ ସେବା କରିବା ପାଇଁ ରାଜନୀତିରେ ପାଦ ଦେଇଥିବା କହିଥିଲେ । ସେହିପରି ବରୀରୁ ପ୍ରାର୍ଥୀ ହୋଇଥିବା ସଞ୍ଜିବ କୁମାର ଜେନା ବରୀବାସୀଙ୍କ ଭଲ ପାଇବା ତାଙ୍କୁ ସେବା କରିବା ପାଇଁ ସୁଯୋଗ ଦେଇଛି ବୋଲି କହିଥିଲେ । ବାଲିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୈଳାବାଳା ଜେନା ନିଜର ନାମାଙ୍କନ ଦାଖଲ କରିଥିବାବେଳେ ପ୍ରଣତି କର ଭଅଁରା ପଞ୍ଚାୟତରୁ ନିଜର ନାମାଙ୍କନ ଦାଖଲ କରିଲୋକଙ୍କ ସେବା କରିବା ପାଇଁ ଏହା ଏକ ସୁଯୋଗ ବୋଲି କହିଥିଲେ । ତେବେ ଶୁକ୍ରବାର ପ୍ରାର୍ଥି ପତ୍ର ଦାଖଲର ଶେଷ ଦିନ ଥିବାରୁ ଅଧିକ ପ୍ରାର୍ଥୀ ନାମାଙ୍କନ କରି ପାରନ୍ତି ବୋଲି ଅନୁମାନ କରାଯାଉଛି ।
ରିପୋର୍ଟ : ସନ୍ତୋଷ କୁମାର ରାଉତ, ବରୀ