ଭଅଁରା(ରତ୍ନଗିରି ନ୍ୟୁଜ) : ନଦୀ ନାଳ ଘେରା ବରୀ ବ୍ଲକ ଭଅଁରା ପଞ୍ଚାୟତର ଭଅଁରା ନନ୍ଦଲାଲଜୀଉ ମଠ ପରିସର ରେ ଯେଉଁଠି ସ୍ୱାସ୍ଥ୍ୟ ସେବା ପାଇଁ ଅଞ୍ଚଳବାସୀ କୁ ନାହିଁ ନଥିବା ର ଅସୁବିଧା ସମ୍ମୁଖୀନ ହେlଇବାକୁ ପଡିଥାଏ ସେଠାରେ ବରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ତତ୍ୱା ବଧାନ ରେ ଏକ ମାଗଣl ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେlଇଯାଇଛି l ଭଅଁରା ପଞ୍ଚାୟତ ସମେତ ବୋଦୁଅ ପଞ୍ଚାୟତ ରୁ ବହୁ ଲୋକ ଡାକ୍ତର ଦେଖାଇ ଔଷଧ ନେଇଥିଲେ l ଏହି ସ୍ୱାସ୍ଥ୍ୟ ଶିବିର ରେ ଡାକ୍ତର ସ୍ୱର୍ଣ୍ଣଲଷ୍ମୀ ସେନାପତି, ଫାର୍ମାସିଷ୍ଟ ପ୍ରଶ୍ନଜିତ କର, ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ପରିଦର୍ଶକ ରାଧାବଲ୍ଲଭ ପୃଷ୍ଟି, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମେନକା ମହାରଣା, ସେବିକା ମୋନାଲିସା ଭୂୟାଁ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଶିବିର କୁ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ କୁ ସାମାଜିକ କର୍ମୀ ବିଶ୍ୱଭୂଷଣ ଜେନା ସହଯୋଗ କରିଥିଲେ l
Related Stories
November 9, 2024
November 9, 2024