ବରୀ (ରତ୍ନଗିରି ନ୍ୟୁଜ) :- ବନ୍ଧୁତ୍ୱ ଓ ସଂପର୍କକୁ ନେଇ ସାହିତ୍ୟରେ ଅନେକ ସଫଳ ସୃ୍ଷ୍ଟି ଦେଖାଯାଏ । ମକରସଂକ୍ରାନ୍ତି ଆମ ଓଡ଼ିଆ ଭାଷା ସାହିତ୍ୟରେ ଏକ ପବିତ୍ର ଦିନ । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜନ୍ମଜୟନ୍ତୀ ମକରସଂକ୍ରାନ୍ତି ଦିନ ହୋଇଥିବାରୁ ବିଭିନ୍ନ ସାରସ୍ୱତ ସଂଗଠନମାନେ ସାହିତ୍ୟ ପାଇଁ ଦିନଟିଏ ଭାବରେ ଏହାକୁ ପାଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ବରୀର ଅନ୍ୟତମ ଅନୁଷ୍ଠାନ ନବଜ୍ୟୋତି ସାହିତ୍ୟ ସଂସଦ ପକ୍ଷରୁ ଏକ ସାରସ୍ୱତ କବିତା ପାଠୋତ୍ସବ କବି ନିର୍ମଳ କୁମାର ଗିରିଙ୍କ ସାଭପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଯାଜପୁର ଜିଲ୍ଲା ବରୀ ବକ୍ଲ ଅନ୍ତର୍ଗତ କ୍ଷେମେଶ୍ୱର, ବାଲିବିଲଠାରେ ଥିବା ଅରବିନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ଅଜୟ କୁମାର ଜେନା କବିତା ଗୁଡିକୁ ସଂଯୋଜନା କରିଥିଲେ । କବି ମନମୋହନ ପାଢୀ, ମହାପାତ୍ର ବନ୍ଦନା ସାମଲ, ଶମ୍ଭୁନାଥ ତ୍ରିପାଠୀ, ଶୁକଦେବ ପାତ୍ର, ନିର୍ମଳ କୁମାର ଗିରି, ଚିନ୍ମୟଦତ ପାଢୀ, ଗୋପୀନାଥ ମହାରଣା, ସବିତା ନାୟକ, ଅଜୟ କୁମାର ଜେନା, ହୃଦନନ୍ଦ ପାତ୍ର, ନମିତା ଓଝା ଓ ପ୍ରମିଳା ବିଶ୍ୱାଳ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସଂସଦର ସଂପାଦିକା ସବିତା ନାୟକ କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବରୀ ସନ୍ତୋଷ କୁମାର ରାଉତ, ରତ୍ନଗିରି ନ୍ୟୁଜ୍
Related Stories
December 9, 2024
December 1, 2024