ବରୀ (ରତ୍ନଗିରି ନ୍ୟୁଜ) : ପବିତ୍ର ଜାଗର ଅବସରରେ ଯାଜପୁର ଜିଲ୍ଲା ବରୀ ବ୍ଲକର ଧାରପୂର ଗାଁରେ ଥିବା ଧାରେଶ୍ଵର ମହାଦେବଙ୍କ ପୀଠରେ ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ଓଁକାର ସୋସିଆଲ ଅର୍ଗାନାଇଜେସନ୍ ଧାରପୁର ପକ୍ଷରୁ ଗୀତିକାର ଦିଲୀପ ଜେନାଙ୍କ ତତ୍ବାବଧାନରେ ଶ୍ରୀଚରଣ ମହାନ୍ତି ଓ ସାଥୀମାନଙ୍କୁ ନେଇ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଧାରପୁର ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି, ଅମିତ୍ କୁମାର, ସୀମା ମହାପାତ୍ର, ମଧୁସ୍ମିତା ପ୍ରମୁଖ ପ୍ରତିଷ୍ଠିତ ଉପସ୍ଥାପକ ବୁବୁନଙ୍କ ଉପସ୍ଥାପନାରେ ଭଜନ ପରିବେଷଣ କରି ଉପସ୍ଥିତି ଭଜନ ପ୍ରେମୀମାନଙ୍କ ମନ ଜିଣି ପାରିଥିଲେ।
ଏହି ଅବସରରେ ବରୀ ଅଞ୍ଚଳବାସୀଙ୍କ ପକ୍ଷରୁ କଣ୍ଠ ଶିଳ୍ପୀ ଶ୍ରୀଚରଣଙ୍କ ସମେତ ସମସ୍ତ କଣ୍ଠଶିଳ୍ପୀ, ବାଦ୍ୟକାର ଓ ସାଉଣ୍ଡ ରେକଡ଼ିଷ୍ଟଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଓଁକାର ସୋସିଆଲ ଅର୍ଗାନାଇଜେସନର ସଭାପତି ଦିଲ୍ଲୀପ ଜେନା, ତୁଷାର ଶ୍ୟାନ୍ତି , ବସନ୍ତ ଭୂୟାଁ, ଗୁରୁଚରଣ ଦାସ, ଅଶ୍ଵିନୀ କୁମାର ପାହାନ୍ତା ସିଂ ମହାପାତ୍ର, ଗୀରିନ୍ଦ୍ର ପତି, ନବ ନିର୍ବାଚିତ ସରପଞ୍ଚ କୁନା ମଲ୍ଲିକ, ସୋମନାଥ ପଣ୍ଡା ଙ୍କ ସମେତ ଧାରପୁର ଗ୍ରାମବାସୀମାନେ ସହଯୋଗ କରିଥିଲେ।
Related Stories
December 1, 2024
November 25, 2024