କୋଣାର୍କ(ରତ୍ନଗିରି ନ୍ୟୁଜ) ୧୬.୦୮: ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ଅବସରରେ କୋଣାର୍କ ନିକଟସ୍ତ ବାଲିଦୋକାନ ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମହାପୁରୁଷ ବେଶ ଶୋଭାଯାତ୍ର ଅନୁଷ୍ଠିତ ହୋଇଯାଇଅଛି। ୭୫ ଜଣ ଛାତ୍ରଛାତ୍ରୀ ସୁନ୍ଦର୍ ଭାବେ ବିଭିନ୍ନ ମହାପୁରୁଷଙ୍କ ବେଶ ଧାରଣ କରିଥିଲେ।
ସ୍ଵାଧୀନତା ଦେବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହା ପୁରୁଷଙ୍କ ଉଦ୍ଦେଶ୍ୟରେ ସମ୍ମାନ ଜଣାଇ ଶିଶୁ ମାନେ ବିଭିନ୍ନ ମହାପୁରୁଷଙ୍କ ବେଶରେ ସୁସଜ୍ଜିତ ହୋଇ ବଜାର ଓ ଗ୍ରାମ ପରିଭ୍ରମଣ କରିଥିଲେ। ମହାପୁରୁଷ ମାନଙ୍କୁ ସମ୍ମାନ ଦେବା ଓ ସ୍ଵାଧୀନତା ପାଇଁ ତାଙ୍କ ଅବଦାନ ଉପରେ ଲୋକଙ୍କୁ ବାର୍ତ୍ତା ବାଣ୍ଟିଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ରସାନନ୍ଦ ବିଶ୍ୱାଳ ପରିଚାଳନା କରିଥିବା ବେଳେ ଶିଶୁ ମନ୍ଦିରର ଆଚାର୍ଯ୍ୟ ଦୀପ୍ତି ନାୟକ, ପ୍ରସନ୍ନ ପାଇଟଳ, ବିରଞ୍ଚି ବାହିନୀପତି, ଅରବିନ୍ଦ ବିଶ୍ଵାଳ, ତ୍ରିନାଥ ମହାରଣା, ଆଚାର୍ଯ୍ୟା କବିତା ପରିଡା, ପ୍ରତିଭା ବିଶ୍ଵାଳ, ସରୋଜିନୀ ସ୍ବାଇଁ, ଭବିଶ୍ୱତି ସ୍ବାଇଁ, ବୈଷ୍ଣବୀ ସ୍ଵାଇଁ, ତନ୍ମୟୀ ଭୂୟାଁ, ଓ ଲିଯା ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ।