ବରୀ(ରତ୍ନଗିରି ନ୍ୟୁଜ) :- ମା ସାବିତ୍ରୀ ଦେବୀ ସ୍ମୃତି ସଂସଦ ଅଲିପୁର ପକ୍ଷରୁ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ରଜବନ୍ଧୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ମୃତି ସଂସଦର ସଭାପତି ମନମୋହନ ପାଢୀ, ସମ୍ପାଦକ ଅଭୟ କୁମାର ଶତପଥି, ବିଶିଷ୍ଟ ଶିକ୍ଷକ ଡକ୍ଟର ପ୍ରମୋଦ କୁମାର ଦାସ, ଜଗା ଶିଶୁ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଡକ୍ଟର ଅଜୟ କୁମାର ଜେନା, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପଣ୍ଡିତ ଦୁଃଶାସନ ବେହେରା ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ପ୍ରତିଯୋଗୀମାନଙ୍କ ଦ୍ୱାରା ସାମୂହିକ ପ୍ରାର୍ଥନା ଜ୍ଞାନ କରାଯାଇଥିଲା ।

ଆଞ୍ଚଳିକସ୍ତରରେ ୧୪ଗୋଟି ବିଦ୍ୟାଳୟର ୭୭ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କାଳନ୍ଦୀ ଚରଣ ବେହେରା, ଯଶୋବନ୍ତ ବେହେରା, ବିଶ୍ୱଜିତ୍ ନାଥ, ହୃଦାନନ୍ଦ ପାତ୍ର, ଜନ୍ମେଜୟ ନାଥ, ଅଶୋକ ଦାସଙ୍କ ସମେତ ସ୍ୱାଗତିକା, ସୀମା, ରାଜା ପ୍ରଭୃତି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଚିନ୍ମୟଦତ୍ତ ପାଢୀ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ୧୧ଜଣ ପ୍ରତିଯୋଗୀଙ୍କ ନାମ ଘୋଷଣା କରିବା ସହ ସେମାନଙ୍କୁ ମାଆ ସାବିତ୍ରୀ ଦେବୀଙ୍କ ପଞ୍ଚମ ବାର୍ଷିକ ସ୍ୱନକ୍ଷତ୍ର ଦିବସରେ ପ୍ରମାଣପତ୍ର, ପାଠ୍ୟ ଉପକରଣ ସହ ଅର୍ଥରାଶି ପ୍ରଦାନ କରାଯିବା ବୋଲି ପ୍ରକାଶ କରିଥିଲେ । ଶେଷରେ ସ୍ୱାଗତିକା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।



