ବଲାଙ୍ଗିର(ରତ୍ନଗିରି ନ୍ୟୁଜ): ଫେସବୁରେ ପ୍ରେମ ହେଲା । ପରସ୍ପରକୁ ଖୁବ୍ ଭଲ ପାଉଥିଲେ ଉଭୟ ପ୍ରେମିକ ଓ ପ୍ରେମିକା। ଉଭୟଙ୍କର ଜାତି ସମାନ ଥିବାରୁ ବିବାହ ପାଇଁ ଦୁଇପକ୍ଷର ପରିବାର ରାଜି ହୋଇଥିଲେ । ହେଲେ ବିବାହ ପାଇଁ ଯେତେବେଳେ ପ୍ରେମିକର ପରିବାର ଲୋକେ ଯୌତୁକ ମାଗିଲେ,ସେତେବେଳେ ପ୍ରେମିକାର ବାପା ପ୍ରସ୍ତାବକୁ ମନା କରିଦେଇଥିଲେ।ଆଉ ପ୍ରେମ ବିବାହରେ ବିଫଳ ହେବାରୁ ନିଜ ପ୍ରେମିକାକୁ ଘରୁ ଡାକି ନେଇ ତାକୁ ନିର୍ମମ ଭାବେ ହତ୍ୟା କରିଦେଇଥିଲା ପ୍ରେମିକ । ଏହି ହତ୍ୟାକାଣ୍ଡ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଶୁଣ୍ଡିମୁଣ୍ଡା ଗାଁରେ ଘଟିଛି । ଘଟଣାରେ ମାସେ ପରେ ପୁଲିସ୍ ପ୍ରେମିକକୁ ଗିରଫ କରିଛି।
ବ୍ରହ୍ମପୁରର ସନ୍ତୋଷ ସାହୁ ଆର୍ମିରେ ଚାକିରୀ କରେ।ସୂର୍ଯ୍ୟକାନ୍ତିଙ୍କ ସହ ଫେସବୁକରେ ତା’ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରେମ ପରେ ଉଭୟ ପରିବାର ବାହାଘର କରାଇବା ପାଇଁ ରାଜି ହୋଇଥିଲେ। ତେବେ ବିବାହ ବାବଦକୁ ୩୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ ସନ୍ତୋଷର ମା।ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସୂର୍ଯ୍ୟକାନ୍ତିଙ୍କ ବାପା ଆଉ ପରେ ସୂର୍ଯ୍ୟକାନ୍ତିଙ୍କ ବାପା ବାହାଘର ପ୍ରସ୍ତାବ ଭାଙ୍ଗିଦେଇଥିଲେ।
Related Stories
December 1, 2024
November 25, 2024