ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣ ରେ ହ୍ରାସ ପାଇବାରେ ଲାଗି ଥିବା ବେଳେ ରାଜ୍ୟ ସରକାର ଏହାରି ମଧ୍ୟରେ ଜୁଲାଇ ୧୬ ଯାଏଁ ରାଜ୍ୟରେ ଆଂଶିକ ଭାବରେ ଲକଡାଉନ ଘୋଷଣା କରିଛନ୍ତି l ରାଜ୍ୟରେ ଆସନ୍ତା ଜୁଲାଇ ୧୬ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ୍ ଜାରି ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସଂକ୍ରମଣ କମିଥିବାରୁ କାଟlଗୋରୀ A ରେ ଆଉ ୩ ଜିଲ୍ଲା ସାମିଲ ହୋଇଛି । ସେହି ଜିଲ୍ଲା ଗୁଡିକ ହେଲେ ଢ଼େଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ।
ତେବେ ୩ ଜିଲ୍ଲାରେ ପଜିଟିଭ ହାର ୫%କୁ କମିଥିବାରୁ ଏହି ଜିଲ୍ଲା ଗୁଡ଼ିକ କାଟେଗୋରୀ A କୁ ଯାଇଛନ୍ତି । କାଟାଗୋରି A ରେ ଥିବା ଜିଲ୍ଲା ଗୁଡ଼ିକ ହେଉଛି ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୋୖଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲା କାଟାଗୋରୀ A ରେ ସାମିଲ କରାଯାଇଛି । ସଂକ୍ରମଣ କମିଥିବାରୁ ୨୦ଟି ଜିଲ୍ଲା କାଟେଗୋରୀ A ରେ ସାମିଲ ହୋଇଛନ୍ତି ।
ପଜିଟିଭିଟି ୫ରୁ ଅଧିକ ଥିବା ବାକି ୧୦ ଜିଲ୍ଲା କାଟେଗୋରୀ B ରେ ରହିଛି । ସେମାନେ ସକାଳ ୬ ରୁ ଦିନ ୨ ଟା ଯାଏଁ ଦୋକାନ ଖୋଲିବେ । କିନ୍ତୁ କୋଭିଡ ଗାଇଡ ଲାଇନ ପାଳନ ଦାୟିତ୍ଵ ଦୋକାନ ମାଲିକଙ୍କୁ ନେବାକୁ ପଡିବ । ଯେଉଁଠି ଏ ସଂପର୍କିତ ଗାଇଡ ଲାଇନ ଉଲଂଘନ ହେବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସ୍ଥିତି ଦେଖି ଗ୍ରାଜୁଆଲି ଅନଲକ ଆରମ୍ଭ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
କାଟେଗୋରୀ A ରେ ଥିବା ୨୦ ଜିଲ୍ଲାରେ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ଏହି ୨୦ ଜିଲ୍ଲାରେ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ସପିଙ୍ଗ ମଲ୍, ପାର୍ଲର କୁ ଛାଡି ଆଉ ସବୁ ଦୋକାନ ଖୋଲିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।
୨୦ଟି ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ । ୨୦ ଜିଲ୍ଲାରେ ଇନ୍ଡୋର ଓ ଆଉଟଡୋର ସୁଟିଂକୁ ମଧ୍ୟ ଅନୁମତି ମିଳିବ l ଏହା ସହିତ ମଲ୍ ସିନେମା ହଲ ଖୋଲିବା ଉପରେ ମଧ୍ୟ କଟକଣା ଲଗାଯାଇଛି, ବାହାଘର, ଶୁଦ୍ଧି କାର୍ଯ୍ୟ ପାଇଁ ଥିବା କଟକଣା ବଳବତ୍ତର ରହିବ ବୋଲି ଶ୍ରି ମହାପାତ୍ର ସୂଚନା ଦେଇଛନ୍ତି
Related Stories
December 9, 2024
December 1, 2024