ଜଗନ୍ନାଥପ୍ରସାଦ (ରତ୍ନଗିରି ନ୍ୟୁଜ) : ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଜଗନ୍ନାଥ ପ୍ରସାଦ ବ୍ଲକ ର କୁଡୁତାଇ ପଂଚାୟତ ର ରୟତ ଉଚ୍ଚ ବିଦ୍ୟାପିଠ ବାଙ୍କତରା ଓ ବି.ଡିପୁର ଗ୍ରାମ ପଂଚାୟତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସାମାଜିକ ଦୂରତା ବଜାଇ ରଖି ମିଶନ ଶକ୍ତି ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଥମ ପଯ୍ୟାୟରେ ରୟତ ଉଚ୍ଚ ବିଦ୍ୟାପିଠ ବାଙ୍କତରା ଠାରେ ଏଚ.ଡି.ଏଫ.ସି ବ୍ୟାଙ୍କ ଭଞ୍ଜନଗର ଦ୍ୱରା ୧୦୦ ଗ୍ରୁପ ଓ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ବି.ଡିପୁର ଠାରେ ପଞ୍ଜାବ ନାସନାଲ ବ୍ୟାଙ୍କ ବି.ଡିପୁର ଓ ଇଣ୍ଡିଆନ ବ୍ୟାଙ୍କ ଜଗନ୍ନାଥ ପ୍ରସାଦ ଜରିଆରେ ୧୨୩ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୨ ଲକ୍ଷ ଲେଖାଏଁ ସରକାର ଙ୍କ ତରଫରୁ ଋଣର ଅର୍ଥରାଶି ପ୍ରଦାନ କରିଛନ୍ତି ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ। ଜଗନ୍ନାଥ ପ୍ରସାଦ ବ୍ଲକ ର ୧୨ ଟି ଗ୍ରାମ ପଂଚାୟତ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିଥିବା ବେଳେ ଆଗାମୀ ସେପ୍ଟେମ୍ବର ମାସର ରୁ ୧୫ ଭିତରେ ପୁନଶ୍ଚ ଦ୍ୱତୀୟ ପଯ୍ୟାୟରେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ୟ ସବୁ ଗ୍ରାମ ପଂଚାୟତ ଅବଶିଷ୍ଟ ପ୍ରାୟ ୭୦୦ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଖୁବ୍ ଶୀଘ୍ର ବ୍ୟାଙ୍କ ଋଣ ପ୍ରଦାନ କରିଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏହି ଅର୍ଥ ରାଶିରେ ମହିଳା ମାନେ ନିଜ ଅଞ୍ଚଳ ରେ ବିଭିନ୍ନ ପ୍ରକାର କୃଷି ଆନୁସଙ୍ଗିକ କୃଷି ଓ ବାଣିଜ୍ୟ ଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେଇ ଆର୍ଥିକ ଓ ସାମାଜିକ ଭାବେ ସ୍ଵଛଳ ହେବା ସହ ନିଜେ ସ୍ୱାବଲମ୍ବୀ ହୋଇପାରିବେ । ମିଶନଶକ୍ତି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶା ପ୍ରତି ଅନନ୍ୟ ଅବଦାନ ଓ ନିକଟରେ ଉପାନ୍ତ ଅଂଚଳ ମାଲକାନଗିରି ଠାରେ ମୁଖ୍ୟମନ୍ତ୍ରୀ ଙ୍କ ନୂତନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି ଯାହାଦ୍ୱାରା ମହିଳା ମାନେ ସ୍ୱାସ୍ଥ୍ୟୟ ପାଇଁ ୧୦ ଲକ୍ଷ ଟଙ୍କା ଓ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ଏହି ଯୋଜନା ସାରା ଭାରତ ରେ ଚହଳ ସୁଷ୍ଟି କରିଛି ଏହି ଯୋଜନା ରାଜ୍ୟ ର ପ୍ରତେକ ସରକାରୀ ଚିକିତ୍ସାଲୟ ଓ ରାଜ୍ୟ ବାହାରେ ପ୍ରାୟ ୨୦୦ ଚିକିତ୍ସାଲୟ ସଂଯୋଗ କରାଯାଇଛି ଯାହାଦ୍ୱାରା କି ରାଜ୍ୟ ବାହାରେ ରହୁଥିବା ଲୋକ ମାନଂକ ସ୍ୱାସ୍ଥ୍ୟୟ କ୍ଷେତ୍ର ସମସ୍ୟା ଗୁଡିକ ଦୁରୁଭୂତ ହୋଇପାରିବ ଏବଂ ମାନ୍ୟବର ମନ୍ତ୍ରୀ ଙ୍କ ଆମ ବିକାଶ ପାଇଁ ଯୋଉଁ ସବୁ ପରି କଳ୍ପନା କରିଛନ୍ତି ସେ ଦିଗରେ ଆମେ ସମସ୍ତେ ଏକଜୁଟ ହୋଇ ସରକାର ଙ୍କ ବିଭିନ୍ନ ଯୋଜନା କୁ ଆମେ ଯେମିତି ସ୍ୱାବଲମ୍ବୀ ହେବା ଏବଂ ପରିଶେଷରେ ଜଗନ୍ନାଥ ପ୍ରସାଦ ବ୍ଲକ ର ଯୋଉଁ ଗ୍ରୁପ ମାନଂକୁ ରୁଣ ଅଣି ପରିଷଦ କରି ନାହାନ୍ତି ସେମାନେ ପରିଷଦ କରି ପୁନଶ୍ଚ ସରକାର ଯୋଜନା କୁ ହାତେଇବା ପାଇଁ ମାନ୍ୟବର ମନ୍ତ୍ରୀ ନିବେଦନ କରିଥିଲେ।