ବରୀ(ରତ୍ନଗିରି ନ୍ୟୁଜ)୮/୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀମାନଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ସମୁଦାୟ ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କାର ସହାୟତା ଦିଆଯାଇଛି। ଏହି ସହାୟତା ଡ଼ିବିଟି ମାଧ୍ୟମରେ ସିଧା ସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି।
ଏହି କାର୍ଯ୍ୟକ୍ରର ସିଧା ପ୍ରସାରଣ ପାଇଁ ବରୀ ବ୍ଲକ ସଭାଗୃହ ସମେତ ବ୍ଲକ ଅନ୍ତର୍ଗତ 29 ଗୋଟି ପଂଚାୟତରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା l ବରି ବ୍ଲକ ଠାରେ ଅନୁଷ୍ଠିତ ଉତ୍ସବରେ ବାରି ବିଡ଼ିଓ ଶିବାନନ୍ଦ ସ୍ୱାଇଁ, ଏବିଡିଓ ମହେଶ୍ୱର ସେଠୀ , ଜିପିଓ ଲକ୍ଷ୍ମୀକାଂତ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ l ସେହିପରି ଧାରପୁର, ରତ୍ନଗିରି, ଉଦୟନାଥପୁର , ସ୍ଵାଇଁଖଣ୍ଡ, ଗମୁ, ବlଇଁଶିରିଆ, ଗୋଳକୁଣ୍ଡ, ଅଟିରା, ଭଅଁରା ସମେତ ସମସ୍ତ ପଂଚାୟତରେ ସରପଞ୍ଚ, ସମିତି ସଭ୍ୟ, ଜନପ୍ରତିନିଧି ଓ ହିତାଧିକାରୀମାନେ ଉପସ୍ଥିତ ରହିବl ସହ ତାଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣି ଥିଲେ l ସାଧାରରଣ ଗରିବ ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଦ୍ୟମକୁ ଉପସ୍ଥିତ ଜନସାଧାରମାନେ ଉଚ୍ଚ ପ୍ରଂଶସା କରିଥିଲେ l ସ୍ଵାଇଁଖଣ୍ଡ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସରପଂଚ କିରଣବାଳା ଜେନା, ଯୁବ ନେତା ଅକ୍ଷୟ କୁମାର ଜେନା, PEO ହରେକୃଷ୍ଣ ପଣ୍ଡା, ଗର୍ଵ ମନୋଜ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ l
ବରୀ : ସନ୍ତୋଷ କୁମାର ରାଉତ