ବରୀ,୭l୪(ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲାର ଅନ୍ୟତମ ସାରସ୍ଵତ ଅନୁଷ୍ଠାନ ଚାଳଘର ସାହିତ୍ୟ ସଂସଦ ବରୀର ୫ମ ସ୍ୱନକ୍ଷତ୍ର ଉତ୍ସବ ଅଜାଣ ବନ ଶୋଭନୀୟ ଶିକ୍ଷାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାର ଶୀର୍ଷକ “ପୁରାତନ ତଥା ଆଧୁନିକସାହିତ୍ୟରେ ସମାଜ ଗଢିବାର ବାର୍ତା” ଉପରେ ଅତିଥିମାନେ ଆଲୋଚନା କରିଥିଲେ । ଉଦ୍ଘାଟକ ଭାବେ ଯାଜପୁର ସାଂସଦ ଡ. ରବିନାରାୟଣ ବେହେର, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାଶିଳ୍ପୀ ଦାଶ ବେନହୁର, ମୁଖ୍ୟ ବକ୍ତା ଭାବେ ଓଡିଶା ବୈଷୟିକ ଗବେଷଣା ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ, ବରେଣ୍ୟ ଅତିଥି ଭାବେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ସମ୍ମାନିତ ଅତିଥି ଭାବେ ପୁଲିସ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ ଜାନୁନଗୋ, କଥାକାର ଶୁଭ୍ରାଂଶୁ ପଣ୍ଡା, ଶିକ୍ଷକ ସଂଗଠକ ଡଃ ନୃସିଂହ ଚରଣ ବେହେରା ପ୍ରମୁଖ ଉପସ୍ଥିତ ହୋଇ ସାହିତ୍ୟରେ ପ୍ରତି ସମୟରେ ସମାଜ ଗଢିବାର ବାର୍ତା ରହିଥାଏ। ବୋଲି ବିଭିନ୍ନ ଉଦାହରଣ ମାନ ଦେଇ ମତ ରଖିଥିଲେ ।

ଅନୁଷ୍ଠାନର ସଭାପତି ବିରଜା ପ୍ରସାଦ ପରିଡା ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ପ୍ରତାପ ଦାସ ସମ୍ପାଦକୀୟ ପାଠ ଓ ଦିଲିପ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳମହାପାତ୍ରଙ୍କୁ ଚାଳଘର ସମ୍ମାନ ପ୍ରଦାନ ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର କିଶୋର ଚନ୍ଦ୍ର ବେହେରା, ଡ. ଭାଗ୍ୟଧର ସାହୁ, ଡ. ନୃସିଂହ ଚରଣ ବେହେରା, ସୁରେଶ ଚନ୍ଦ୍ର ଜେନା, ସାମ୍ବାଦିକଦେବଦତ ମିଶ୍ର, ନବଘନ ପାଣି, ସରସ୍ଵତୀ ସ୍ମାଇଁ, ଅଭୟ ଶତପଥୀ, ନକୁଳ ଦାସ, ଅଧ୍ୟାପକ ଡ. ରବିନ୍ଦ୍ର ଦାସ, ଡ. ପ୍ରମୋଦ ଦାସ, ରାଜ କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଅଧିବେଷଣରେ ବାଣିଜ୍ୟକରର ସହକାରୀ ଆୟୁକ୍ତ ସୁଦିପ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ କବିତା ପାଠୋତ୍ସବକୁ ଶୁଭାରମ୍ଭ କରିଥିଲେ ।


ବରୀର ଅତିରିକ୍ତ ବିଡିଓ ମହେଶ୍ଵର ସେଠୀ, ବରିଷ୍ଠ କବି ନିରଞ୍ଜନ ଜେନା, ଅଧ୍ୟାପକ ଡ. ରବିନ୍ଦ୍ର ଦାସ, ଇଶ୍ବର ପୃଷ୍ଟି ପ୍ରମୁଖ ମଂଚାସୀନ ଥିଲା ବେଳେ କବି ଅମ୍ରିତାସିଂ, ଅନିତା ବେହେରା, ବନ୍ଦନା ସାମଲ ସଂଯୋଜନା କରିଥିଲେ । ବିଚାରକ ଭାବେ ଅଧ୍ୟାପକ ପ୍ରମୋଦ ଦାସ ଓ ସିତାକାନ୍ତ ମିଶ୍ର ଯୋଗ ଦେଇଥିଲେଳ । ପ୍ରଧାନଶିକ୍ଷକ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।