ବରୀ (ରତ୍ନଗିରି ନ୍ୟୁଜ) : ଆମ ଓଡ଼ିଆ ସାହିତ୍ୟରେ ଥାଏ ସମାଧାନ, କାହାଣୀ ହେଉଛି ଜ୍ଞାନ ବିତରଣ ପ୍ରମୁଖ ପଦ୍ଧତି l ତ୍ୟାଗ ନଥିଲେ କେହି ସମ୍ମାନ ପାଇ ପାରେନା l ସାହିତ୍ୟ ବ୍ୟକ୍ତି କୈନ୍ଦ୍ରୀକ ହୋଇଛି l ତେଣୁ ସାରସ୍ଵତ ସ୍ରଷ୍ଟାମାନେ ସମାଜ କୈନ୍ଦ୍ରୀକ ହୋଇ ନିଜର ସୃଷ୍ଟି କରନ୍ତୁ ବୋଲି ଶିଳାଲିପିର ସ୍ବନକ୍ଷତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେଶର ଦାଶ ବେନହୁର ପ୍ରକାଶ କରିଛନ୍ତି l ମଙ୍ଗଳବାର ଦିନ ଶିଳାଲିପି ସାହିତ୍ୟ ସଂସ୍କୃତି ମଞ୍ଚ, ରତ୍ନଗିରି, ଯାଜପୁରର ସ୍ବନକ୍ଷତ୍ର ଉତ୍ସବ ୨୦୨୪ ଅନୁଷ୍ଠାନର ସଭାପତି ଡାକ୍ତର ସର୍ବେଶ୍ଵର ସତପଥୀଙ୍କ ସଭାପତିତ୍ବରେ ପୁଷ୍ପଗିରି ସତସଙ୍ଗ ବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ କବି ଡକ୍ଟର ଫନୀ ମହାନ୍ତି ଯୋଗ ଦେଇ କହିଲେ ଯେ ଅବସର ନେଲା ପରେ ଓଡ଼ିଶାରେ ଅନେକ ବ୍ୟକ୍ତି ସାହିତ୍ୟ କ୍ଷେତ୍ରରେ ମନୋନିବେଶ କରିବା ନିଶ୍ଚିତ ଭାବେ ସାରସ୍ଵତ ସାମ୍ରାଜ୍ୟ ବିସ୍ତାର କ୍ଷେତ୍ରରେ ବେଶ୍ ଉଜ୍ଜ୍ବଳମୟ ସମ୍ଭାବନା ସୃଷ୍ଟି କରିଛି l ସମଗ୍ର ଭାରତୀୟ ସାହିତ୍ୟରେ ଓଡ଼ିଆ ସାହିତ୍ୟର କବିତା ବିଭାଗ ସର୍ବଶ୍ରେଷ୍ଠ l ସାରସ୍ଵତ ସ୍ରଷ୍ଟା ନିଜର ସୃଷ୍ଟି ନିର୍ବାଚିତ ଶବ୍ଦ ସଂଯୋଜନା ମାଧ୍ୟମରେ କଲେ ତାହା କାଳଜୟୀ ହୋଇଥାଏ ବୋଲି ବିଶିଷ୍ଟ କବି ଡକ୍ଟର ମହାନ୍ତି ପ୍ରକାଶ କରିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ସୁନନ୍ଦା ଦାସ ନିଜ ବକ୍ତବ୍ୟରେ ସାହିତ୍ୟ ଦ୍ଵାରା ସମାଜ ଆଲୋକିତ ହୋଇଥାଏ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଇଞ୍ଜିନିୟର ଅକ୍ଷୟ କୁମାର ଦାସ କହିଲେ ଯେ ଓଡ଼ିଆ ଭାଷା ଅନ୍ୟ ଭାରତୀୟ ଭାଷା ତୁଳନାରେ ବେଶ୍ ମଧୁର ବୋଲି କହିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଯାମିନୀକାନ୍ତ ଦାସ ଯୋଗ ଦେଇ ସମାଜ କିପରି ସୁସ୍ଥ ରହିବା ସହ ପ୍ରଗତିଶୀଳ ହୋଇ ପାରିବ ସେଥିପାଇଁ ସାହିତ୍ୟିକମାନେ ଧ୍ୟାନ ଦେବା ଉଚିତ୍ l କାରଣ ସଫଳ ସାହିତ୍ୟ ଗୋଟିଏ ଦେଶର ଦୃଶ୍ୟପଟକୁ ବଦଳାଇ ଦେବାର ଦକ୍ଷତା ରଖେ ବୋଲି କହିଥିଲେ l ମୁଖ୍ଯବକ୍ତା ଭାବେ କଥା ଶୀଳ୍ପି ସଦାନନ୍ଦ ତ୍ରିପାଠୀ ଯୋଗଦେଇ କହିଲେ ଯେ ଭାଷଣ ବଦଳାଏ ନା କିଛି କି ବଦଳାଇ ପାରେନା କିଛି ବୋଲି କହିଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ କୁଞ୍ଜ ବିହାରୀ ଦାଶ ଓ ପ୍ରକାଶ ଶତପଥୀ ବେଦପାଠ କରିବା ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା l ଏହା ପରେ ପରେ ଦିବଂଗତ ସାହିତ୍ୟିକମାନଙ୍କ ଉଦ୍ଦେଶ୍ଯରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ଅନୁଷ୍ଠାନର କାର୍ଯ୍ୟକାରି ସଭାପତି ଡକ୍ଟର ନୃସିଂହ ଚରଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ କବି ସୁଶୀଲ ସିଂହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l
ଏହି ଅବସରରେ ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l ଚଳିତ ବର୍ଷର କବି ଅଶୋକ ସିଂହ ଶିଳାଲିପି ପୁରସ୍କାର ୨୦୨୪ କବି ତଥା ପ୍ରାଧ୍ୟାପକ ବିଜୟ ରାୟଙ୍କୁ ପ୍ରଦାନ କରାଯାଇଥିଲା l ପୁରସ୍କାର ସ୍ଵରୂପ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ସହ ନଗଦ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ଏହି ଅବସରରେ ଶିଳାଲିପି ର ସ୍ୱତନ୍ତ୍ର ସଂଖ୍ଯା କୁ ଅତିଥିମାନେ ଉନ୍ମୋଚନ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସଂଗଠନ ସମ୍ପାଦକ ଦିଲୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଶିଳାଲିପି ସ୍ବନକ୍ଷତ୍ର ଉତ୍ସବର ଦ୍ଵିତୀୟ ଅଧିବେଶନରେ ସଚୀକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବିତାପାଠ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ଇଞ୍ଜିନିୟର ସରୋଜ ମହାପାତ୍ର ଯୋଗଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ କବି ଓ ଗୀତିକାର ପଞ୍ଚାନନ ଯୋଗଦେଇଥିଲେ l ବିଶିଷ୍ଟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଗ ଦେଇ ସାହିତ୍ୟ ଓ କବିତାକୁ ଛାଡି ଜୀବନ ଆଗକୁ ଯିବା ସମ୍ଭବପର ହୋଇ ନଥାଏ ବୋଲି କହିଥିଲେ l ପରେ ପରେ ଡକ୍ଟର ଗୀତlଶ୍ରୀ ପ୍ରିୟମ୍ବଦା ଓ ଅମ୍ରିତା ସିଂ ଙ୍କ ସଂଯୋଜନାରେ ଅନୁଷ୍ଠିତ କବିତାପାଠ ଉତ୍ସବରେ ବହୁ କବି ଯୋଗଦେଇ ସେମାନଙ୍କ କବିତା ପାଠ କରିଥିଲେ l