ବରୀ (ରତ୍ନଗିରି ନ୍ୟୁଜ) ୧୯/୧୨ :-ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ଧାରପୁର ପଞ୍ଚାୟତର ବଡପଡିଆ କିକ୍ରେଟ୍ ଗ୍ରାଉଣ୍ଡ ପରିସରରେ ଅନୁଷ୍ଠିତ ଏଲ୍ସିସି କପ୍ ଟୁର୍ଣ୍ଣାମେଣ୍ଟର ଉଦ୍ଯାପନି ଉତ୍ସବରେ ଅରେଇକଣାକୁ ୧୫ରନ୍ରେ ପରାସ୍ତ କରି ମୁନ୍ନା ହଣ୍ଟର ଚମ୍ପିୟାନ ହୋଇଛି । ପ୍ରଥମେ ଟସ୍ ଜିତି ମୁନ୍ନା ହଣ୍ଟର ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ବାଲିଆର ରିଣ୍ଟୁଙ୍କ ୬ଟି ଚୌକା ଓ ୨ଟି ଛକା ସହ ୩୮ରନ୍ ବଳରେ ୧୯ ଓଭରରେ ସମସ୍ତ ୱକେଟ୍ ହରାଇ ୧୩୬ ରନ୍ ସଂଗ୍ରହ କରିଥିଲା । ୧୩୭ ରନ୍ ପିଛା କରିବାକୁ ଯାଇ ୧୨ ଓଭରରେ ସମସ୍ତ ୱିକେଟ୍ ହରାଇ ଅରେଇକଣା ୧୨୨ରନ୍ ସଂଗ୍ରହ କରିଥିଲା । ଉଦ୍ଯାପନି ଉତ୍ସବରେ ମୁଖ୍ୟଅତିଥିଭାବେ ବରୀ ଥାନା ଆଇଆଇସି କାବୁଲି ବାରିକ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ସହ ନଗଦ ୧୦ହଜାର ଟଙ୍କା ପୁରସ୍କୃତ କରିଥିଲେ ।
ଲାଇଫ୍ କ୍ଲବର ସମ୍ପାଦକ ବନୋଜ ମହାପାତ୍ର ରନର୍ସ ଅଫ୍ ଅରେଇକଣାକୁ ଟ୍ରଫି ସହ ୫ହଜାର ଟଙ୍କା ପୁରସ୍କୃତ କରିଥିଲେ । ଉଦ୍ଯାପନି ଉତ୍ସବକୁ ଅଜୟ କୁମାର ଜେନା ସଂଯୋଜନା କରିଥିବାବେଳେ ଅନ୍ୟତମ ଅତିଥିଭାବେ ରାମଚନ୍ଦ୍ର ରଥ, ମନୋଜ ମହାପାତ୍ର, ତୁଷାରକାନ୍ତ ଶ୍ୟାନ୍ତି(ଲିଟିଲ୍), ବିଜୟ କୁମାର ଶ୍ୟାନ୍ତି ପ୍ରମୁଖ ଯୋଗ ଦେଇଥିବାବେଳେ ସଭାପତି ତୁଷାରକାନ୍ତ ଶ୍ୟାନ୍ତି ଧନ୍ୟବାଦ୍ ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚକୁ୍ ତୁଷାରକାନ୍ତ ଶ୍ୟାନ୍ତି ଓ ମନୋଜ କୁମାର ଜେନା ପରିଚାଳନା କରିଥିବାବେଳେ ଲାଇଫ୍ କ୍ଲବ୍ର ସଦସ୍ୟ ସତ୍ୟଜିତ୍, ରାକେଶ, ବୁବୁ, ସୁନିଲ, ବାପିନା, ଗୁଡୁ, ପାପନ, ଦିପୁ, ଅଜିତ୍, ଚିକୁ, ବାଦଲ, ବବୁଲ, ଚିକୁନ ଓ ସିପୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କୁନିକୁନି ପିଲାମାନଙ୍କୁ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।