ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) :- ଆସନ୍ତା ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ କୋଭିଡ୍ ଗାଇଡଲାଇନ୍କୁ ଦୃଷ୍ଟିରେ ରଖି ବିଧାୟକ ଓ ଅଧିକାରୀମାନଙ୍କର ଆରଟିପିସିଆର୍ ପରୀକ୍ଷା ହେବ। ବିଧାୟକମାନଙ୍କ ଗାଡ଼ି ଡ୍ରାଇଭରମାନଙ୍କର ମଧ୍ୟ ଆରଟିପିସିଆର ପରୀକ୍ଷା ହେବ ବୋଲି ଜଣାପଡ଼ିଛି । ଯେଉଁମାନଙ୍କର ନମୁନା ନେଗେଟିଭ୍ ଆସିବ, ସେମାନଙ୍କୁ ବିଧାନସଭାକୁ ଅନୁମତି ମିଳିବ। ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବ। ଏହା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟଦିବସ ରହିଛି। ୫ ତାରିଖ ରବିବାର ଛୁଟି ରହିଛି। ଗୋଟିଏ ଦିନ ଅର୍ଥାତ ୩ ତାରିଖରେ ପ୍ରାଇଭେଟ୍ ମେମ୍ବର୍ସ ବିଜନେସ୍ ରଖାଯାଇଛି। ଷୋଡ଼ଶ ବିଧାନସଭାର ଏହି ସପ୍ତମ ଅଧିବେଶନ ପାଇଁ ଚଳିତ ମାସ ୧୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ମୌସୁମୀ ଅଧିବେଶନରେ ମଧ୍ୟ ପୂର୍ବ ପରି କୋଭିଡ୍ ଗାଇଡଲାଇନ୍ ଅନୁସାରେ ଗୃହ ପରିଚାଳିତ ହେବ।
Related Stories
December 1, 2024
November 25, 2024