ବରୀ(ରତ୍ନଗିରି ନ୍ୟୁଜ) : ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଆଡକୁ ଆକୃଷ୍ଟ କରାଇବା ପାଇଁ ଉନ୍ନତମାନର ଶୈକ୍ଷିକ ବାତାବରଣ ସାଙ୍ଗକୁ ଭିତ୍ତି ଭୂମୀର ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସିଛନ୍ତି । ଶିକ୍ଷାକୁ ଫାଇଭ୍-ଟି ଅଧିନରେ ନିଆଯାଇ ସ୍ମାର୍ଟସ୍କୁଲ ଯୋଜନା କାର୍ଯ୍ୟକାରିତା ଉପରେ ମୁଖ୍ୟମନ୍ତ୍ରୀ ନିଜେ ତଦାରଖ କରୁଛନ୍ତି । ଯାହା ଫଳରେ ଭିତ୍ତି ଭୂମୀର ବିକାଶ ପାଇଁ ଅର୍ଥର ଅଭାବ ରହୁନାହିଁ । ବରୀ ବ୍ଲକ୍ରେ ୩୭ଗୋଟି ହାଇସ୍କୁଲକୁ ଫାଇଭ୍-ଟି ମାଧ୍ୟମରେ ଅର୍ନ୍ତଭୁକ୍ତ କରାଯାଇ ସ୍ମାଟ ସ୍କୁଲରେ ରୂପାନ୍ତରିତ କରିବା ପାଇଁ କାର୍ଯ୍ୟ ହାତକୁ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ଗୋଟି ସ୍ମାର୍ଟ ହାଇସ୍କୁଲର ରୂପାନ୍ତରିକରଣ କାର୍ଯ୍ୟ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ହାଇସ୍କୁଲକୁ ସ୍ମାର୍ଟ ସ୍କୁଲରେ ଅର୍ନ୍ତଭୂକ୍ତ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅନ୍ୟ ୧୨ଟି ହାଇସ୍କୁଲର କାର୍ଯ୍ୟ ଖୁବ୍ ଶୀଘ୍ର କରାଯିବବୋଲି ବରୀ ବିଧାୟିକା ସୁନନ୍ଦା ଦାସ ପ୍ରକାଶ କରିଛନ୍ତି ।
ଶନିବାର ଫାଇଭ୍-ଟି ଅଧିନରେ କରାଯାଉଥିବା ସ୍ମାର୍ଟ ସ୍କୁଲ ଗୁଡିକର କାର୍ଯ୍ୟ ଅଗ୍ରଗତି ଓ ତଦାରଖ କରିବା ପାଇଁ ବିଧାୟିକା ଶ୍ରୀମତୀ ଦାସ ଧାରପୁର ପଞ୍ଚାୟତର ଧାରପୁରଠାରେ ଥିବା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପରିସରରେ ପହଁଞ୍ôଚ ସ୍ମାର୍ଟ ସ୍କୁଲ କାର୍ଯ୍ୟସ୍ଥଳି ପରିଦର୍ଶନ କରିଥିଲେ । ଏଠାରେ କରାଯାଉଥିବା କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବା ସହ ଆଉ କିଛି ରୂପାନ୍ତରିକରଣ କରିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ । ପରିଦର୍ଶନ ସମୟରେ ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସରପଞ୍ଚ କୁନା ମଲିକ, ଯୁବ ନେତା ତୁଷାର ଶ୍ୟାନ୍ତି, ବସନ୍ତ କୁମାର ଭୂୟାଁ, ରାଜେନ୍ଦ୍ର କୁମାର ଜେନା, ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀମାନେ ଉପସ୍ଥିତ ରହିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସାମଲ ବିଦ୍ୟାଳୟର ଭିତ୍ତିଭୂମୀ ବିକାଶ ସାଙ୍ଗକୁ ଆବଶ୍ୟକ କର୍ମଚାରୀ ପ୍ରଦାନ ସମ୍ପର୍କରେ ବିଧାୟିକାଙ୍କ ସହ ଆଲୋଚନା କରି ଫାଇଭ୍-ଟି ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟକାରିତା ଉପରେ ତୀକ୍ଷ୍ଣ ଦୃଷ୍ଟି ଦେଉଛି । ସେ ଦୃଷ୍ଟି କୋଣରୁ ଆମ ବରୀ ବ୍ଲକ୍ର ବିଭିନ୍ନ ବିଦ୍ୟାଳୟର ରୂପରେଖ ବଦଳି ସ୍ମାର୍ଟ ସ୍କୁଲରେ ପରିଣତ ହେବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ବିଧାୟିକା ଶ୍ରୀମତୀ ଦାସଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ପରେ ବିଧାୟିକା ସାହୁପଡା ପଞ୍ଚାୟତ ଗସ୍ତ କରି ପୁଷ୍ପଗିରି ନୋଡାଲ ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ ସ୍କୁଲ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରି ଶିକ୍ଷକ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ବରୀ ଯୁବ ବିଜେଡି ସଭାପତି ରଂଜନ କୁମାର ପଣ୍ଡା, ପୂର୍ବତନ ସମିତିସଭ୍ୟ ଆଶିଷ କୁମାର ପରିଡା, ସୁନନ୍ଦ କୁମାର ଜେନା, ଅଜିତ କୁମାର ଜେନା, ଗୌତ୍ତମ ଜେନା ପ୍ରମୁଖ ସାହୁପଡ଼ା ଗସ୍ତ ସମୟରେ ଉପସ୍ଥିତି ଥିଲେ ।