ବୁର୍ଲା ଭୀମସାର ହସପିଟାଲରେ ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସାରେ ବାଧକ ସାଜିଛି ଔଷଧ। ଓଡ଼ିଶାରେ ଏହା ଉପଲବ୍ଧ ହେଉ ନଥିବାରୁ ରୋଗୀ ସେବାରେ ସମସ୍ୟା ଉପୁଜିଛି। ରୋଗର ଉପଚାର ପାଇଁ ଉଦ୍ଦିଷ୍ଟ ଇଂଜେକସନ ଆମ୍ଫୋଟେରିସିନ-ବି ମିଳୁନାହିଁ। ରାଜ୍ୟ ସରକାର ବୁର୍ଲାକୁ ପୂର୍ବରୁ ପଠାଇଥିବା ୩୦ ୟୁନିଟ ଔଷଧ ସରିଯାଇଛି। ଖୁବଶୀଘ୍ର କିପରି ବିକଳ୍ପ ବ୍ୟବସ୍ଥା କରି ଔଷଧ ଓ ଇଂଜେକସନ ଅଣାଯାଇ ପାରିବ, ସେନେଇ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଭିମସାର ଅଧୀକ୍ଷକ। ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ, ଏବେ ୪ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଆଉ ୨ଜଣଙ୍କର ଲକ୍ଷଣ ରହିଛି, ସେମାନଙ୍କର କ୍ଲିନିକାଲ ପରୀକ୍ଷା ଚାଲିଛି।
ଏପଟେ ବ୍ଳାକଫଙ୍ଗସ ରୋଗୀଙ୍କ ଚିକିତ୍ସାରେ ଔଷଧ ଓ ଇଂଜେକସନ ବାଧକ ସାଜିଥିବା ବେଳେ ବ୍ୟକ୍ତିଗତ ଭାବେ ସହାୟତାର ହାତ ବଢ଼ାଇଛନ୍ତି ଜଣେ ଡାକ୍ତର। ବୁର୍ଲାରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିବା ଡାକ୍ତର ଶଙ୍କର ରାମଚନ୍ଦାନୀ ନିଜ ଖର୍ଚ୍ଚରେ ମୁମ୍ବାଇରୁ ୨ଟି ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ ଟଙ୍କାର ଔଷଧ ମଗାଇଥିବା କହିଛନ୍ତି। ତେବେ ଗତ ୩୧ ତାରିଖ ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସମ୍ବଲପୁର ଗସ୍ତ ସମୟରେ କହିଥିଲେ, ୩୦ଟି ଫାଇଲ ଇଂଜେକସନ ବୁର୍ଲା ପାଇଁ ପଠାଯାଇଛି। ଆଗକୁ ଅଧିକ ଔଷଧ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ।
ତେବେ ଜାଣନ୍ତୁ ବାକ୍ଲ ପଙ୍ଗସ୍ ରୋଗୀ ସମ୍ପର୍କରେ ଏହି ବିଶେଷ ତଥ୍ୟ——
ସୂଚନା ଅନୁସାରେ, ବ୍ଲାକ ଫଙ୍ଗସ ମାଟିରେ ଥାଏ, କରୋନାରୁ ସୁସ୍ଥ ସତର୍କ ହେବା ଜରୁରୀ ଅଟେ। ଏହାସହ ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ତାକୁ ଆକ୍ରାନ୍ତ କରେ। ଡାଇବେଟିସ୍ ଭଳି ଦୂରାରୋଗ୍ୟ ଆକ୍ରାନ୍ତ ହେବା ବେଶି ସମ୍ଭାବନା ରହିଛି। ବ୍ଲାକ ଫଙ୍ଗସରୁ ବର୍ତ୍ତିବାକୁ ହେଲେ ମାଟିରୁ ଦୂରେଇ ରହିବା ନିହାତି ଜରୁରୀ।