ଯାଜପୁର( ରତ୍ନଗିରି ନ୍ୟୁଜ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସ ମାଧ୍ୟମରେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ତରଳ ମେଡିକାଲ ଅକ୍ସୀଜେନ ସଂରକ୍ଷଣ ଏବଂ ଉତ୍ପାଦିକରଣର ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଫଳରେ ଯାଜପୁର ମେଡ଼ିକାଲ ର ରୋଗୀ ମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହି ଅବସରରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସଭାପତିତ୍ଵରେ ଯାଜପୁର ମୁଖ୍ୟ ଡାକ୍ତର ଖାନା ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ବିଜ୍ଞାନ ଜ୍ଞାନ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଜିଲ୍ଲାର ବିଧାୟକ, ବିଧାୟିକା ଏବଂ ସାଂସଦ ଉପସ୍ଥିତ ଥିଲେ।
Related Stories
December 1, 2024
November 25, 2024