ବରୀ(ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲାରୁ କେନ୍ଦ୍ରାପଡା ଜିଲ୍ଲାକୁ ସଂଯୋଗ କରୁଥିବା ଗୋଳକୁଣ୍ଡ -ଇନ୍ଦୁପୁର ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତିକରଣ ପାଇଁ ବରୀ ବିଧାୟିକା ସୁନନ୍ଦା ଦାସ ବୁଧବାର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । କୋଭିଡି କଟକଣା ମଧ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଶିଳାନ୍ୟାସ କରି ବିଧାୟିକା ଶ୍ରୀମତୀ ଦାସ ବରୀ ନିର୍ବାଚନ ମଣ୍ଡଳୀର ବିକାଶ କ୍ଷେତ୍ରରେ ଆଉଏକ ଫର୍ଦ ଯୋଡି ହେଲା ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠିତ ଉତ୍ସବରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ଅଲେଖ ବେହେରା ଯୋଗ ଦାନ କରି ରାସ୍ତାର ଉନ୍ନତିକରଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
୨୬କିଲୋମିଟର ରାସ୍ତାର ୧୫ମିଲୋମିଟର ପର୍ଯ୍ୟନ୍ତ ଉର୍ନତି କରଣ କରାଯିବ । ଏଥି ପାଇଁ ୧୬କୋଟି ୯୧ଲକ୍ଷ୧୬ହଜାର ୯୯୩ଟଙ୍କା ବ୍ୟୟ ବରାଦରେ ଠିକାଦାର ଜରିଆରେ କାମ ଆରମ୍ଭ ହୋଇଛି । ଆସନ୍ତା ୪/୮/୨୦୨୨ରେ କାର୍ଯ୍ୟ ଶେଷ ହେବ ବୋଲି କୁହାଯାଇଛି । ଏହି ରାସ୍ତା ଉନ୍ନତି କରଣ ହେଲେ ପର୍ଯ୍ୟଟକମାନେ ମା ବିରଜା ଦର୍ଶନ କରି ଗୋଳକୁଣ୍ଡର ପ୍ରସିଦ୍ଧ ପଶ୍ଚିମାମୁଖୀ ମା ମଙ୍ଗଳାଙ୍କ ଦର୍ଶନ କରି ରତ୍ନଗିରିର ବୌଦ୍ଧ ବିହାର ଦର୍ଶନ ସହିତ କେନ୍ଦ୍ରାପଡ଼ାର ବଳଦେବଙ୍କ ଦର୍ଶନ କରି ଓଳାଶୁଣୀ ପୀଠ ଦର୍ଶନ କରିପାରିବେ । ଏଥି ସହିତ ବାଣିଜ୍ୟ କ୍ଷେତ୍ରରେ ଏହି ରାସ୍ତା ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି । ଏହି ଉତ୍ସବରେ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ସରପଞ୍ଚ ଶରତ ଜେନା, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁବୋଧ ଜେନା, ସମିତି ସଭ୍ୟ ପ୍ରଦୀପ କୁମାର ଘଡେଇ, ଗଣେଶ ମହାକୁଡ଼, ଅନିଲ ସାହାଣୀଙ୍କ ସମେତ ଅଭିମନ୍ୟୁ ସାମନ୍ତ ସିଂହାର କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ ।