ବ୍ୟାସନଗର (ରତ୍ନଗିରି ନ୍ୟୁଜ): ଯାଜପୁର କେନ୍ଦୁଝର ରେଳ ଷ୍ଟେସନର ଦୁଇ ପାର୍ଶରେ ଦୁଇଟି ଫାଟକ ରହିଛି l ଏହି ଲେବୁଲ କ୍ରସିଂ ଗେଟ ଦୁଇଟି ଟ୍ରେନ ଆତଜାତ ସମୟରେ ଘଣ୍ଟା ଘଣ୍ଟା ଧରି ପଡ଼ିରହୁଛି । ପୂର୍ବତଟ ରେଳବାଇର ମୁଖ୍ୟ ରେଳପଥ ହୋଇ ଥିବାରୁ ପ୍ରେତ୍ୟକ ୧୦ମିନିଟରେ ଏହି ଫାଟକ ଦେଇ ଟ୍ରେନ ଯାତାୟାତ କରିଥାଏ l ଫଳରେ ଫାଟକ ବନ୍ଦ ହେବା ଯୋଗୁଁ ଯାନବାହାନ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି l ଏପରିକି ଗେଟ ଟି ବାରମ୍ବାର ପଡିବା ଦ୍ବାରା ଟ୍ରାଫିକ ସମସ୍ୟାର ମୁଖ୍ୟ କାରଣ ସାଜିଛି l ସହରବାସୀଙ୍କ ପାଇଁ ଏହି ଗେଟ୍ ଦୁଇଟି ଦୁଃଖ ପାଲଟିଛି ବୋଲି କୁହା ଯାଉଛି । ଗତ କିଛି ଦିନ ତଳେ କୌଣସି କାରଣରୁ ଗେଟଟି ଅଚଳ ହେବା ଦ୍ୱାରା ବୋହୁସମୟ ଧରି ଲୋକମାନଙ୍କୁ ଅପେକ୍ଷା କରିବାକୁ ପଡିଥିଲା।ଟ୍ରେନ ଆସୁଥିବା ନେଇ ରେଳ ଫାଟକ ପଡିଥିଲା ଟ୍ରେନ ଯିବାପରେ ରେଳ କର୍ମଚାରୀ ଗେଟ୍ ଖୋଲିଥିଲେ ହେଲେ ଗୋଟିଏ ପାଖ ଗେଟ ଖୋଲିଥିବା ବେଳେ ଅନ୍ୟପଟ ଖୋଲି ନଥିଲା। ଯାହାଫଳରେ ଯାନ ବାହାନ ଗୁଡିକ ରେଳ ଲାଇନ ମଧ୍ୟରେ ଦୀର୍ଘ ସମୟ ଧରି ଅଟକି ରହିଥିଲା। ସଙ୍ଗେ ସଙ୍ଗେ ରେଳବାଇ କର୍ମଚାରୀ ମରାମତି କରିବା ପରେ ଗେଟ ଖୋଲିଥିଲା। ଏହି ରେଳ ଫାଟକଟି ସହରକୁ ଦୁଇଭାଗ କରୁଛି, ସଙ୍କଟାପନ୍ନ ରୋଗୀ ମେଡିକାଲ ଯିବାରେ ବାଧକ ସାଜୁଛି। ଗେଟ ଟି ବାରମ୍ବାର ପଡୁଥିବାରୁ ସ୍କୁଲ, କଲେଜ, ସରକାରୀ ଅଫିସ, କୋର୍ଟ କଚେରୀରେ ଠିକ ସମୟରେ ପହଞ୍ଚି ଵାରେ ବାଧକ ସାଜୁଛି। ଫ୍ଲାଏଓଭର ଓ ଅଣ୍ଡର ପାସ ନିର୍ମାଣ ପାଇଁ ସହର ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଆନ୍ଦୋଳନ କଲେ ମଧ୍ୟ ରେଳ ବାଇ କର୍ତୃପକ୍ଷଙ୍କ କୁମ୍ଭକର୍ଣ ନିଦ୍ରା ଭାଙ୍ଗୁ ନାହିଁ । ନିର୍ବାଚିତ ପ୍ରତିନିଧି ମାନେ ଏହି ଦାବିକୁ ଶାଣିତ କରିବା କ୍ଷେତ୍ରରେ ମଧ୍ୟ ସକ୍ଷମ ହେଉ ନାହାନ୍ତି । ଜିଲ୍ଲା ଖଣିଜ ପାଣ୍ଠିରେ କୋଟି କୋଟି ଟଙ୍କା ପଡ଼ିରହିଛି । ସ୍ଥାନୀୟ ବିଧାୟକ ମଧ୍ୟ ଏ ଦିଗରେ ଟିକେ ଦୃଷ୍ଟି ଦେଲେ ସହରବାସୀଙ୍କ ସମସ୍ୟା ସମାଧାନ ହୋଇ ପାରନ୍ତା ବୋଲି ସହରବାସୀ ଆଶା ପ୍ରକଟ କରୁଛନ୍ତି l
Related Stories
December 9, 2024
December 1, 2024