କେନ୍ଦ୍ରାପଡ଼ା(ରତ୍ନଗିରି ନ୍ୟୁଜ) : ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରାପଡାରେ ନୂଆ ଚେହରାକୁ ନେଇ ସେତିକି ଚର୍ଚ୍ଚା ଆରମ୍ଭ ହେଉଛି l ଏମିତିକି ରାଜନୈତିକ ବାତାବରଣରେ ରୂପରେଖ ବଦଳିବାରେ ଲାଗିଛି l ବିଭିନ୍ନ ଦଳରୁ ଅନେକ ପ୍ରାର୍ଥୀଙ୍କ ନାମ ଲୋକ ଲୋଚନକୁ ଆସୁଥିବାବେଳେ କିଛି ଲୋକଙ୍କ ନା ସମ୍ଭାବ୍ୟ ଥିଲେ ମଧ୍ଯ ତାଙ୍କର ସ୍ୱର କୌଣସି ନା କୌଣସି କାରଣରୁ ଲୋକଙ୍କ ଠାରୁ ଦୂରେଇ ଯାଉଛି l ଆଉ କିଛି ନୂଆ ଚେହେରା ନାଁ ତଳ ସ୍ତରରେ ଭୟଙ୍କର ଭାବେ ଗୁଞ୍ଜରଣ ସୃଷ୍ଟି କରିଛି l ଆସନ୍ତା ସାଧାରଣ ୨୦୨୪ ନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ ଆରମ୍ଭ ହୋଇଛି l କିଏ ଜିତିବ ଆଉ କାହାକୁ କେଉଁଠୁ ଟିକେଟ ମିଳିବ ସବୁ ଦଳ ପକ୍ଷରୁ ତାହା ଏକ ପ୍ରକାର ସ୍ଥିର ହେବାକୁ ବସିଛି l ଏନେଇ ବିଭିନ୍ନ ଦଳ ପକ୍ଷରୁ ୫ ରାଉଣ୍ଡ ଲେଖାଏଁ ସର୍ଭେ ମଧ୍ଯ ଶେଷ ହେଲାଣି l ଏହାରି ମଧ୍ଯରେ କିଛି ନୂଆ ଚେହେରାକୁ ନେଇ ଚର୍ଚ୍ଚା ଜୋର ଧରିଛି l ନିର୍ବାଚନ ପାଇଁ ଏବେଠୁ ବଡ଼ ପ୍ରସ୍ତୁତି ବିଜେଡ଼ି ପକ୍ଷରୁ ଆରମ୍ଭ ହୋଇଛି l ସେହିଭଳି ବିଜେପି ଆଉ କଂଗ୍ରେସ ମଧ୍ଯ ପ୍ରସ୍ତୁତି ଆରମ୍ଭ କରିଛନ୍ତି l ପ୍ରଭୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ବଢେଇ ଦେଇଥିବା ବେଳେ ବିଶେଷ ଭାବରେ ସାଂସଦ ପ୍ରାର୍ଥୀତ୍ଵରେ ଏହାର ବଡ ପ୍ରଭାଵ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି l ଏଥିପାଇଁ ବିଜେଡ଼ି ପକ୍ଷରୁ ଅନେକ ସ୍ଥାନରେ ସାଂସଦ ପ୍ରାର୍ଥୀ ବଦଳାଇବାର ଯୋଜନା ମଧ୍ଯ ହୋଇଛି l ଏହି ସମୟରେ କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ବିଜେପି ପକ୍ଷରୁ ପ୍ରଫେସର ଡ. ବିନୟ ଭୂଷଣ ଜେନାଙ୍କ ନାଁ ତୃଣମୂଳ ସ୍ତରରେ ଗୁଞ୍ଜରିତ ହେଉଛି l ସେହିଭଳି ବିଜେଡ଼ି ପକ୍ଷରୁ ନୂଆ ଚେହରା ଶୁଭଙ୍କର ନାୟକଙ୍କ ଭଳି ନୂଆ ଚେହେରା ମଧ୍ଯ ଉଭା ହୋଇଛନ୍ତି l ୨୦୧୯ରେ ସୁପରଷ୍ଟାର ଅନୁଭବ ମହାନ୍ତି ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ l କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ଭଳି ହେଭିୱେଟ୍ ନେତାଙ୍କୁ ସେ ହରାଇ ପାରିଥିଲେ l ନିଜର ପାରିବାରିକ ବିବାଦରେ ଛନ୍ଦି ହୋଇ କେନ୍ଦ୍ରାପଡ଼ାକୁ ଅବହେଳା ପ୍ରଦର୍ଶନ ତାଙ୍କୁ ଏଥର ମହଙ୍ଗା ପଡ଼ିଛି l ତେଣୁ ତାଙ୍କର ଟିକେଟ୍ କଟିବା ଏକ ପ୍ରକାର ନିଶ୍ଚିତ ହୋଇଛି ବୋଲି ଜାଣିବାକୁ ମିଳିଛି l ତେବେ ବିଜେପିର ହେଭିୱେଟ ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରୁ ଏଥର ଲଢ଼ିବେ ନାହିଁ ବୋଲି ଚର୍ଚ୍ଚା ଜୋର
ଧରିଛି l ସେହି ସ୍ଥାନରେ ପ୍ରଫେସର ବିନୟଙ୍କ ନାଁ ଏବେ ଚର୍ଚ୍ଚାରେ ରହିଛି l ତେଣୁ କେନ୍ଦ୍ରାପଡ଼ା ଆସନ ପାଇଁ ନୂଆ ମୁହଁ ବିନୟଙ୍କ ନାଁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଗଲାଣି l ଅନେକ ଭାଜପାର କାର୍ଯ୍ୟକର୍ତ୍ତା ଓ ଜନ ସାଧାରଣଙ୍କ ମଧ୍ୟରେ ଏହା ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଅନେକ ଲୋକଙ୍କ ଭିତରେ ବିନୟଙ୍କର ଲୋକ ପ୍ରିୟତା ଓ ଗ୍ରହଣୀୟତା ଲାଗି ଯଥେଷ୍ଟ କାରଣ ଅଛି ବୋଲି ତୃଣମୂଳ ସ୍ତରରେ ଜନମତ ଦେଖିବାକୁ ମିଳିଛି l
Related Stories
December 1, 2024
November 25, 2024