କେନ୍ଦ୍ରାପଡ଼ା(ରତ୍ନଗିରି ନ୍ୟୁଜ) : ଆସନ୍ତକାଲି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାଟେରୀଚାଳିତ ତିନି ଚକିଆ ସାଇକେଲ ବୃହତ ବଣ୍ଟନ ମେଳା ଜିଲ୍ଲାର ଦୁଇଟି ସ୍ଥାନରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ସକାଳ ୧୦ଟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଓ ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ ଏବଂ ଆଇଡ଼ିଏଫ୍ସି ବ୍ୟାଙ୍କ୍ କେନ୍ଦ୍ରାପଡ଼ା ସହଯୋଗିତାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଏବଂ ରେଡ୍କ୍ରସ ପାଣ୍ଠିରୁ ବ୍ୟାଟେରୀଚାଳିତ ତିନି ଚକିଆ ସାଇକେଲ ବଣ୍ଟନ କରାଯିବ । ଏହି କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ସହରର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ।
ସେହିପରି ଭାରତୀୟ ତୈଳ ନିଗମ ଲିମିଟେଡ୍ ପାରାଦ୍ୱୀପ ବିଶୋଧନାଗାରର ସହାୟତାରେ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ଅଯୋଧ୍ୟା ନଗରଠାରେ ସକାଳ ୧୧.୩୦ମିନିଟ୍ରେ ବ୍ୟାଟେରୀଚାଳିତ ତିନି ଚକିଆ ସାଇକେଲ ବଣ୍ଟନ ମେଳା ଅନୁଷ୍ଠିତ ହେବ । କେନ୍ଦ୍ରାପଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ ଏହାକୁ ଆୟୋଜିତ କରୁଥିବା ଜଣାପଡିଛି ।