କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆକାଉଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ)ମାନଙ୍କ ଜିଲ୍ଲାସ୍ତରୀୟ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କେନ୍ଦ୍ରାପଡା ସହରସ୍ଥିତ ଶ୍ୟାମାକାଳୀ ମଣ୍ଡପ ପରିସରରେ ଶନିବାରଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବସମ୍ମତି କ୍ରମେ ଜ୍ୟୋତିରଂଜନ ପତି-ସଭାପତି, ଲିପେସ ମହାନ୍ତି-ଉପସଭାପତି, ପାରେଶ୍ୱର ରାୟ-ସମ୍ପାଦକ, ଅଶୋକ କୁମାର ବରଜ-ସହ ସମ୍ପାଦକ, ଶୁଭ୍ରାଂଶୁ ଶେଖର ଦାସ-ସଂଗଠନ ସମ୍ପାଦକ ଓ ସତ୍ୟପ୍ରକାଶ ପାଣି-କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ।
ଏହି ମନୋନୟନ ପରେ ନୂତନ କର୍ମକର୍ତ୍ତା ଓ ଜିଲ୍ଲାର ଏଡ଼ିଇଓମାନଙ୍କ ମଧ୍ୟରେ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବରେ ରାଜ୍ୟ ସମ୍ପାଦକ ସଂଗ୍ରାମ ସିଂହ, ସଂଗଠନ ସମ୍ପାଦକ ଡ. ଅଜୟ କୁମାର ଜେନା, କୋଷାଧ୍ୟକ୍ଷ ଦେବାଶିଷ ରାଉତ, କାର୍ଯ୍ୟକାରୀ କମିଟି ସଦସ୍ୟ ମଳୟ କୁମାର ସାହୁ ଏବଂ ତ୍ରିଲୋଚନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସଂଗଠକୁ ମଜଭୁତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିବା ସହ କେନ୍ଦ୍ରାପଡା ଜିଲ୍ଲା ରାଜ୍ୟରେ ପ୍ରଥମ ସଂଗଠନ ଭାବେ କର୍ମକର୍ତ୍ତା ମନୋନୟକ କରି ଆଗକୁ ବଢିଥିବାରୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ଏଡ଼ିଇଓ ସଂଘ ପକ୍ଷରୁ ଉପସ୍ଥିତ ରାଜ୍ୟ କର୍ମକର୍ତ୍ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।