ବରୀ(ରତ୍ନଗିରି ନ୍ୟୁଜ) : ଇତି ମଧ୍ୟରେ ସରକାରଙ୍କ ଦ୍ୱାରା ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମାନତା ନିମନ୍ତେ କାୟାକଳ୍ପ ସମ୍ମାନ ପାଇବା ନିମନ୍ତେ ଯାଜପୁର ଜିଲ୍ଲାର ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ଙ୍କ ଦ୍ୱାରା ସମସ୍ତ ଡାକ୍ତରଖାନା ପରିଭ୍ରମଣ ହୋଇଥିଲା । ପରିଷ୍କାର ପରିଛନ୍ନତା ସହିତ କର୍ଯ୍ୟଦକ୍ଷତା ଓ ସ୍ୱାସ୍ଥ୍ୟ ସେବାର ପରିମାପ ବିଷୟରେ ତନଖିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତାହାର ତନଖା ଯାଇଥିଲା । ଏହି କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବରୀ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରି କାୟାକଳ୍ପ ସମ୍ମାନ ହାତେଇ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନୀତ ହୋଇଥିବା ବେଳେ ଜିଲ୍ଲାରେ ୪ର୍ଥ ସ୍ଥାନ ଅଧିକାର କରିଥିବାର ଜଣା ପଡିଛି । ତେବେ ଏଠାରେ ପ୍ରକାଶ କରାଯାଇ ପାରେ କି ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କାୟାକଳ୍ପ ରେ ଅନ୍ତର୍ଭୁକ୍ତ ହେବା ସମୟରେ ଡାକ୍ତରଖାନାରେ କେହି ଡାକ୍ତର ନଥିଲେ । ସେ ସମୟରେ ବଲିଆ ଡାକ୍ତର ଖାନାର ଚିକିତ୍ସକ ଜ୍ଞାନୀ ଚନ୍ଦ୍ର ଶେଖର ବେହେରା ଉଚ୍ଚ ଶିକ୍ଷା ନିମନ୍ତେ ଛୁଟିରେ ରହିଥିବା ବେଳେ , କେବଳ ଫାର୍ମାଶିଷ୍ଟ ପରେଶ ମଲ୍ଲିକ୍ ଙ୍କ ତତ୍ୱାବଧାନରେ ତାଙ୍କର ୪ ଜଣ ସହକର୍ମୀ ମେନକା ମହାରଣା, ପ୍ରସନ୍ନ କୁମାର ରାୟ, ଦୀପକ ଦାସ ,ଶଶିକାନ୍ତ ଜେନାଙ୍କ ସମେତ ଆମ୍ବୁଲାନ୍ସ ଷ୍ଟାପ ମାନଙ୍କ ସହଯୋଗରେ ବାଲିଆ ଡାକ୍ତରଖାନା ଆଜି ଜୀରୋ ରୁ ହୀରୋ ପାଲଟିଛି ।
ଏହି କାର୍ଯ୍ୟକ୍ରମ ପରେ ଡାକ୍ତର ଶ୍ରୀଯୁକ୍ତ ବେହେରା ଡାକ୍ତରଖାନାକୁ ଆସି ଅନୁଷ୍ଠାନର ଅବସ୍ଥା ଯାହା ଦେଖିଥିଲେ ତାହାର ପରିବର୍ତ୍ତନର ଛବି ଦେଖିବା ସହିତ ମେଡିକାଲ ଅଫିସର ଅନୁପସ୍ଥିତରେ ବି ତାଙ୍କ ଡାକ୍ତରଖାନା କାୟାକଳ୍ପ ସମ୍ମାନର ଅଧିକାରୀ ହୋଇପାରେ ଏଥି ନେଇ ବହୁତ ଖୁସି ବ୍ୟକ୍ତ କରିବା ସହିତ ଫାର୍ମାଶିଷ୍ଟ ପରେଶ ମଲ୍ଲିକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନଙ୍କୁ ନିଜେ ଉପଢୈାକନ ପ୍ରଦାନ କରି ସଭିଙ୍କୁ ବଧେଇ ଜଣାଇବାର ଦୃଶ୍ୟ ଡାକ୍ତର ଖାନା ପରିସରରେ ଏକ ସ୍ୱତନ୍ତ୍ର ମାହୋଲ ରେ ଭରପୁର ହୋଇ ଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମ ସରି ନାହିଁ , ଆଗାମୀ ଦିନରେ ଏହି ଅଂଚଳର ଓ ଡାକ୍ତରଖାନାର ସ୍ୱାର୍ଥ ଦୃଷ୍ଟିରୁ ନିଜକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ ବୋଲି ଫାର୍ମାଶିଷ୍ଟ ଶ୍ରୀଯୁକ୍ତ ମଲ୍ଲିକ ପ୍ରକାଶ କରିବା ସହିତ, ବହୁ ବିରୋଧତା ଓ ପ୍ରତିଘାତ ଆମକୁ ଆଗକୁ ଯିବାକୁ ପ୍ରେରଣା ଦେଇଛି ବୋଲି ପ୍ରକାଶ କରିଥିଲେ ।