କଲ୍ୟାଣସିଂହପୁର(ରତ୍ନଗିରି ନ୍ୟୁଜ) ଶ୍ରାବଣ ମାସର ପ୍ରଥମ ସୋମବାରରେ ଆଜି ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଥିବା ଦକ୍ଷିଣ ଓଡ଼ିଶାର ସର୍ବ ଶ୍ରେଷ୍ଠ ଶୈବ ପୀଠ ଦେବଗୀରି ଧାମରେ କାଉଡ଼ିଆ ଭକ୍ତ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। କୋଭିଡ୍ କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ଧରି କଟକଣା ଲାଗୁ ରହିଥିଲା ଏବେ ଭକ୍ତଙ୍କ ଦର୍ଶନ ପାଇଁ କଟକଣା ନ ଥିବାରୁ କାଉଡ଼ିଆ ଭକ୍ତ ମାନେ ବେଶ୍ ଉସ୍ଚାହ ଓ ଭକ୍ତି ଭାବନାର ସହ ପ୍ରଭୁ ଦେବାଧିଦେଵ ମହାଦେବ ପଞ୍ଚମୁଖୀ ନୀଳ କଣ୍ଠେଶ୍ୱର ଙ୍କ ଠାରେ ଜଳାଭିଷେକ କରିଛନ୍ତି। ଏହି ପ୍ରଥମ ସୋମବାରରେ କୋରାପୁଟ, କଳାହାଣ୍ଡି, ଭବାନୀପାଟଣା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ଜିଲ୍ଲାର ଅନେକ ସ୍ଥାନରୁ ଶ୍ରଦ୍ଧାଳୁ ଆସି ଦର୍ଶନ କରିଛନ୍ତି। ମନ ମାନସିକ ରଖି ଦୂର ଦୁରାନ୍ତରୁ ଆସିଥିବା କାଉଡ଼ିଆ ଭକ୍ତ ମାନେ ନାଗାବଳୀ ନଦୀରୁ ଜଳ ଉଠାଇ ପ୍ରଭୁଙ୍କ ଠାରେ ଜଳାଭିଷେକ କରିଛନ୍ତି। ପାଞ୍ଚ ଶହ ରୁ ଉର୍ଦ୍ଧ୍ୱ ପାହାଚ ପରେ ଏକ ବୃଦତ୍ ପର୍ବତ ଉପରେ ପ୍ରଭୁ ଶ୍ରୀ ମହାଦେବଙ୍କର ସ୍ଫଟିକ ଲିଙ୍ଗ ଆବିର୍ଭାବ ହୋଇଅଛି ଯାହାକୁ ଦର୍ଶନ କରିବା ପାଇଁ ଦୂର ଦୁରାନ୍ତର ଶ୍ରଦ୍ଧାଳୁ ଙ୍କୁ ଏଠାକୁ ଆସିବାକୁ ଆକୃଷ୍ଟ କରିଥାଏ।। କାଉଡ଼ିଆ ଭକ୍ତଙ୍କ ଏହି ସମାବେଶ ଦେଖି ସ୍ଥାନୀୟ ଲୋକେ ପ୍ରସାଦ ସେବନର ବ୍ୟବସ୍ତା କରିଛନ୍ତି।
କଲ୍ୟାଣସିଂହପୁରରୁ ମାଲେସ କୌଶଲ୍ୟାଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ
Related Stories
November 8, 2024