ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ): ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି।୧୭ ମୃତକଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ମହିଳା। ଖୋର୍ଦ୍ଧା, ରାୟଗଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଛି। ସେହିପରି ପୁରୀ ଜିଲ୍ଲାରୁ ୨ ଜଣ ଥିବା ବେଳେ ଅନୁଗୋଳ, ବଲାଙ୍ଗିର ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହି ୧୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ରହିଥିଲା। ସେହିପରି ଜଣେ ସିକିଲ୍ ସେଲ୍ ରୋଗରେ ବି ପୀଡ଼ିତ ଥିବା ବେଳେ ଅନ୍ୟ ଜଣଙ୍କର ଲିଭରରେ ସମସ୍ୟା ଥିଲା।ଆଉ ୩ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୯ରେ ପହଞ୍ଚିଛି, ଯାହା ରାଜ୍ୟରେ ସର୍ବାଧିକ। ରାୟଗଡ଼ାରେ ଏଯାଏଁ ୭୪ ଜଣଙ୍କ ଜୀବନ ଯାଇଥିବା ବେଳେ କଳାହାଣ୍ଡିରେ ୫୮ ଓ ସୁନ୍ଦରଗଡ଼ରେ ୨୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ କରୋନା ୨୧୯୭ ଜଣଙ୍କର ଜୀବନ ନେଇଥିବାବେଳେ ୫ ଲକ୍ଷ ୪୪ ହଜାର ୮୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୪୭ ହଜାର ୮୬୩ ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ସକ୍ରିୟ ମାମଲା ୯୪୭୬୦ ରହିଛି |
Related Stories
December 21, 2021
December 19, 2021