ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) : କରୋନା କେଉଁଠି ସ୍ତ୍ରୀ ଆଗରେ ସ୍ୱାମୀକୁ ନେଇ ଯାଉଛି ତ ଆଉ କେଉଁଠି ମାଆ ଆଗରେ ଛୁଆର ପ୍ରାଣ ଯାଉଛି । ଏହାରି ମଧ୍ୟରେ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ର କରୋନାରେ ମୃତ୍ୟୁବରଣ କରିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କରୋନାରେ ପଜିଟିଭ ହେବା ପରେ ତାଙ୍କର ଚିକିତ୍ସା ଚାଲିଥିଲା । କରୋନାରେ ଗତ ୯ ତାରିଖରେ ରଘୁନାଥଙ୍କ ମୃତ୍ୟୁ ହୋଇଥିବା ମାତ୍ର ୬ ଦିନ ମଧ୍ୟରେ ତାଙ୍କ ପୁତ୍ର ପ୍ରଶାନ୍ତ ମଧ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ।
ତେବେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କର ଗତ ୯ ତାରିଖରେ ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ମାତ୍ର ୭୮ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ । ୧୯୪୩ ମସିହା ମାର୍ଚ୍ଚ ୨୪ ତାରିଖରେ ଜନ୍ମଗ୍ରହଣ କରିଥିବା ରଘୁନାଥ ପଦ୍ମଶ୍ରୀ, ପଦ୍ମଭୁଷଣ ଓ ପଦ୍ମବିଭୂଷଣରେ ମଧ୍ୟ ସମ୍ମାନିତ ହୋଇଥିଲେ । ନିଜକୁ ଏକ ଉତ୍କର୍ଷ ଭାସ୍କର୍ଯ୍ୟ ଭାବରେ ଗଢ଼ି ତୋଳିଥିଲେ । ୨୦୧୩ରେ ତାଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା । ଏଥିସହିତ ୨୦୦୧ରେ ପଦ୍ମଭୁଷଣ ଏବଂ ୧୯୭୬ ମସିହାରେ ପଦ୍ମଶ୍ରୀରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।
Related Stories
December 21, 2021
December 19, 2021