କରଦା ହରିହାଟ ମହୋତ୍ସବ-୨୦୨୫ ଉଦଯାପିତ

ଯାଜପୁର / କୋରେଇ/ବ୍ୟାସନଗର,(ରତ୍ନଗିରି ନ୍ୟୁଜ) : କୋରାଇ ବ୍ଲକ ଅନ୍ତର୍ଗତ କରଦା ହରିହାଟ ମେଳା ସ୍ଥାନୀୟ ଅଂଚଳର ଗଣପର୍ବ। ମାଘ ସପ୍ତମୀ ତିଥି ଠାରୂ ଆରମ୍ଭ ହୋଇଥିବା ହରିହାଟ ମହୋତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି। ମେଳା ସ୍ଥଳରେ ଦଧିବାମନ ଜୀୟୂ, ଶ୍ରୀ ଜଗନ୍ନାଥ,ଦେବୀ ସୁଭଦ୍ରା, ଶ୍ରୀ ବଳଭଦ୍ର,ମା ମହାଲକ୍ଷ୍ମୀ, ଶ୍ରୀ ରୁଦ୍ର ନାରାୟଣ ଶ୍ରୀ ଚୈତନ୍ୟ ଓ ନିକଟରେ ଶନିଶ୍ଚର ଶ୍ରୀ ହନୁମାନଙ୍କ ଦର୍ଶନ ସାରି ମେଳା ମହୋତ୍ସବରେ ମଜା ଉଠାଇଥିଲେ ଦର୍ଶକ।ଏହି ଅବସରରେ ମଙ୍ଗଳବାର ସପ୍ତମ ଦିବସରେ ତଥା ଉଦଯାପିନି ଉତ୍ସବରେ ଓଡ଼ିଶାର ଲୋକପ୍ରିୟ ରାଜନେତା ପୂର୍ବତନ ଅର୍ଥ ମନ୍ତ୍ରୀ ଡଃ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଯୋଗ ଦେଇ କହିଥିଲେ ଯେ କୋରେଇ ହେଉଛି ପବିତ୍ର ମାଟି।ଏ ମାଟି କେତେ ଜନନାୟକଙ୍କୁ ଜନ୍ମ ଦେଇଛି।ଏ ମାଟିରେ ମହୋତ୍ସବ ଆୟୋଜନ କରି ସମସ୍ତେ ଆମେ ଗର୍ବିତ। ମହୋତ୍ସବ ମାଧ୍ୟମରେ ଆମେ ଅହଂ ସ୍ୱାର୍ଥପରତାକୁ ଦୂରରେ ଦେଇ ସୁସ୍ଥ ସମାଜ ଗଠନ କରିପାରିବା। ସମ୍ମାନୀତ ଅତିଥି ଭାଵେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ନିଷ୍ଠା ଓ ସାଧୁତା ର ସହିତ ମହୋତ୍ସବ ଆୟୋଜନ କଲେ ନିଜ ଭିତରେ ଭାଇଚାରା ସୃଷ୍ଟି ହେବା ସହିତ ଆମେ ସଫଳତାର ଶୀର୍ଷରେ ପହଂଚି ପାରିଵା। ଅନ୍ୟତମ ଅତିଥି ଭାବେ ଯାଜପୁରର ପୂର୍ବତଟ ସାଂସଦ ଶର୍ମିଷ୍ଠା ସେଠୀ ଯୋଗଦେଇ କହିଥିଲେ ଯେ ସଂସ୍କୃତି ଦୃଢ଼ ହେଲେ ଅର୍ଥନୀତି, ରାଜନୀତି ସୁଦୃଢ ସୋଇପାରିବ।ଦୈନିକ ଖବରକାଗଜ ସମ୍ବାଦର ଜିଲ୍ଲା ପ୍ରତିନିଧି ସଂଗ୍ରାମ କେଶରୀ ସିଂହ ଦଳମତ ନିର୍ବିଶେଷରେ ଉର୍ଦ୍ଧ ରେ ରହି ଏହାକୁ ସବୁବର୍ଷ ସଫଳ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ।

ଯୁବନେତା ପ୍ରିତିରଞ୍ଜନ ସାହୁ, ବରିଷ୍ଠ ଆଇନଜୀବି ଧନେଶ୍ଵର ବାରିକ,ପଥରପଦା ସରପଞ୍ଚ ମଧୁସ୍ମିତା ବାରିକ, ମହୋତ୍ସବ ମୁଖ୍ୟ ପ୍ରମୋଦ କୁମାର ମହାପାତ୍ର, ସ୍ତୁତି ଲିପି ସଂପାଦକ ଭୂବନ ମୋହନ ମହାନ୍ତି ଫ୍ରିଡମ ତେଲର ମୁଖ୍ୟ ଅମୀୟ ରଂଜନ ଧଳ ଯୋଗ ଦେଇଥିଲେ।ଏହି ଅବସରରେ କରଦାମାଟି ପାଇଁ ଅବଦାନ ଥିବା ସାପ୍ତାହିକ ହାଟର ପ୍ରତିଷ୍ଠାତା ସ୍ୱର୍ଗତ ରାଜାରାମ ପଣ୍ଡା, ସ୍ୱର୍ଗତ ବିମ୍ବାଧର ବେହେରା, ସ୍ୱର୍ଗତ କାର୍ତ୍ତିକ ଚନ୍ଦ୍ର ପୃଷ୍ଟି ଙ୍କୁ ଦଧିବାମନ ଜୀୟୂ ମରଣତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିଲା।ଏଥି ସହିତ ଲିଙ୍ଗେଶ୍ୱର ଉନ୍ନୟନ କମିଟି, କରଦା ଗ୍ରାମ ପଞ୍ଚାୟତ ଚାଳକ ସଂଘ ଉପଢୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡ଼ିଶାର ଆଗଧାଡିର ସୁନାମଧନ୍ୟ ଗାୟକ ସତ୍ୟଜିତ ପ୍ରଧାନଙ୍କ ଭାଵ ବିଭୋର ହୋଇଥିଲେ ଦର୍ଶକ। ପାଣିକୋଇଲି ପୋଲିସ୍ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ପ୍ରଚାର ପ୍ରସାର କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ମେଳା ଓ ମହୋତ୍ସବର ମୂଖ୍ୟ ଗଣେଶ ଚନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ। ବିଶ୍ୱନାଥ ପଣ୍ଡା ସଂପାଦକୀୟ ପାଠ କରିଵା ସହିତ ଅତିଥି ପରିଚୟ ପ୍ରଦାନ କରିଥଲେ। ଧନ୍ୟବାଦ ଦେଇଥିଲେ ଆଗଧାଡିର ଯୁବ ସଦସ୍ୟ ଦୂର୍ଗା ପ୍ରସାଦ ପଣ୍ଡା କାର୍ଯ୍ୟକର୍ମରେ ସହଯୋଗକରିଥିଲେ ଯୁବସଂଗଠକ କାର୍ତ୍ତିକଚନ୍ଦ୍ର ସ୍ଵାଇଁ,

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *