ଛାତ୍ର ବୃତ୍ତିରେ ବ୍ଲକ୍ ଟପର ହେଲେ କମଳେଷ୍‌

ବରୀ(ରତ୍ନଗିରି ନ୍ୟୁଜ) :- ନିକଟରେ ପ୍ରକାଶ ପାଇଥିବା ତୃତୀୟ ଶ୍ରେଣୀ ବୃତ୍ତିପରୀକ୍ଷାରେ ବ୍ଲକ୍ ସ୍ତରରେ ସବୋର୍ଚ୍ଚ ନମ୍ବର ରଖି ପ୍ରଥମସ୍ଥାନ ଅଧିକାର କରିଛନ୍ତି କମଳେଷ୍ ମହାପାତ୍ର । ବରୀ ମଣ୍ଡଳ ଶିକ୍ଷାଧିକାରୀଙ୍କ ପକ୍ଷରୁ ପ୍ରକାଶିତ ମେଧା ତାଲିକାରେ ୭ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ସେମାନଙ୍କ ମଧ୍ୟରୁ କମଳେଷ୍ ମହାପାତ୍ର ପ୍ରଥମ ହୋଇଛନ୍ତି । କମଳେଷ୍ ନାଥପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ନାଥପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ପିତା ବିଜୟ କୁମାର ସାମଲ ଓ ସ୍ନିଗ୍ଧାରାଣୀ ଜେନା ଉଭୟ ଶିକ୍ଷକଶିକ୍ଷୟତ୍ରି ଅଛନ୍ତି । କମଳେଷଙ୍କ ଏହି ସଫଳତାରେ ଜେଜେବାପା ନିର୍ମଳ କୁମାର ମହାପାତ୍ର, ଜେଜେ ମାଆ ଭଗବତୀ ସାମଲ, ଅଧ୍ୟୟନରତ ଶିକ୍ଷକଶିକ୍ଷୟତ୍ରି ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ୍ ଆନନ୍ଦ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ କମଳେଷ୍ କେବଳ ଯେ ଜଣେ ଭଲ ଛାତ୍ର ସେକଥା ନୁହେଁ ବକ୍ତୃତା ଦେବା, ସାଧାରଣ ଜ୍ଞାନ ସମେତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବ୍ଲକ୍ ଓ ଜିଲ୍ଲା ସ୍ତରରେ ସୁନାମ ଅର୍ଜନ କରିଛନ୍ତି ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *