ବରୀ,(ରତ୍ନଗିରି ନ୍ୟୁଜ) ସୋମବାର ପୂର୍ବାହ୍ନରେ ବରି ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଶିବିରରେ ଅଧ୍ୟକ୍ଷତା କରିବା ସହ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ | ନ୍ୟାୟିକ ବ୍ୟବସ୍ଥାରେ ଲୋକମାନଙ୍କ ଅଧିକାରକୁ ପ୍ରାଧାନ୍ୟ ଦେବା ଏବଂ ସେମାନଙ୍କର ସମସ୍ୟା କିମ୍ବା ଅଭିଯୋଗ ଗୁଡିକୁ ତ୍ବରିତ ସମାଧାନ କରି ପରିଚାଳନାରେ ସ୍ଥିରତା,ସ୍ୱଚ୍ଛତା ଆଣିବା ଏହି ଶିବିରର ଆଭିମୁଖ୍ୟ ବୋଲି କହିବା ସହ ପ୍ରଶାସନ ଜନସାଧାରଣଙ୍କ ଅଭିଯୋଗ ସମାଧାନ କରି ଜିଲ୍ଲାରେ ଏକ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା କରି ପାରିଛି ବୋଲି ମତବ୍ଯକ୍ତ କରିଥିଲେ | ଶିବିରରେ ଆବାସ ଯୋଜନା, ଚିକିତ୍ସା ସହାୟତା, ଭତ୍ତା ପ୍ରଦାନ, ଜଳ ଯୋଗାଣ,ଜମିଜମା ସମ୍ବନ୍ଧୀୟ ଅଭିଯୋଗ ପଞ୍ଜିକୃତ ହୋଇଥିଲା | ଅଭିଯୋଗ ପ୍ରକୋଷ୍ଠକୁ ସମୁଦାୟ ୫୬ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୪୬ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୦ ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୩ ଗୋଟି ଅଭିଯୋଗ ଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୦୬ ଗୋଟି ଅଭିଯୋଗ ଥିଲା । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧ୍ୟକ୍ଷକ ଅଭିଯୋଗ ସ୍ଥଳରେ ୧୯ ଗୋଟି ଅଭିଯୋଗର ତ୍ଵରିତ ସମାଧାନ କରିଥିଲେ ।ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧ୍ୟକ୍ଷକ ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅଶୋକ କୁମାର ବେଉରିଆ, ଡେପୁଟି କଲେକ୍ଟର, ଅଭିଯୋଗ,ନଉ କିଶୋର ନାୟକ, ବରୀ ବି.ଡି.ଓ., ଶ୍ରୀମତୀ ନମିତା ବାରିକ, ତହସିଲଦାର ଶ୍ରୀମତୀ ତିଳୋତ୍ତମା ପୃଷ୍ଟି, ଜିଲ୍ଲା ଶିକ୍ଷା ଅଧିକାରୀ ରଂଜନ କୁମାର ଗିରି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଲା ସମାଜ ସୁରକ୍ଷା ଅଧ୍ବକାରୀ ରବିନାରାୟଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରାଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ
Related Stories
December 9, 2024
December 1, 2024