କୋରାଇ (ରତ୍ନଗିରି ନ୍ୟୁଜ) : ମହାମାରୀ କରୋନାର ମୁକାବିଲା ଲାଗି ସକରାକର ଯେତେ ଯାହ ବ୍ୟବସ୍ଥା କଲେ ମଧ୍ୟ ତାହାର ପ୍ରକୋପ ଥମୁନି; ବରଂ ବ୍ୟାପୁଛି । ଏହି ମହାମାରୀ ସମୟରେ ଯାଜପୁର ଜିଲାରେ ମଧ୍ୟ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲୋକେ ଚିନ୍ତାରେ ଅଛନ୍ତି ।
ଅସହାୟ ଅବସ୍ଥାରେ ଟିକେ ସାହାସ ଦେବାପାଇଁ କୋରାଇର ପୂର୍ବତନ ବିଧାୟକ ତଥା ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ କୋରାଇ ଅଂଚଳର ଅଧିବାସୀଙ୍କୁ ପ୍ରତ୍ୟହ ଫୋନକରି ପଚାରୁଛନ୍ତି ା ଏମିତିକି କର୍ମୀ, ବୁଦ୍ଧିଜୀବି, ଶିକ୍ଷକ, ସାମ୍ବାଦିକ, ସମର୍ଥକ ଆଦି ସବୁବର୍ଗର ଲୋକଙ୍କୁ ଗତକିଛିଦିନ ହେଲା ଫୋନ କରି ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଛୁଝନ୍ତି । କରୋନ ଲହର ଚାଲିଥିବାରୁ ଆବଶ୍ୟକ ନଥିଲେ ବାହାରକୁ ନବାରିବା, ସାମାଜିକ ଦୂରତା ରଖିବା, ସାବୁନ୍ରେ ହାତ ଧୋଇବା, ସାନିଟାଇଜର କରିବା ସହ ସର୍ବଦା ତୁଣ୍ଡି ବ୍ୟବହାରକରିବାକୁ ପରାମର୍ଶ ଦେଉଛନ୍ତି ।
କୌଣସି ଭୟଭୀତ ନହୋଇ କୋରାନାର ସାମାନ୍ୟ ଲକ୍ଷଣ ଜାଣିଲେ ସ୍ୱାବ ପରୀକ୍ଷା କରାଇବା ଓ ଟିକା ନିବା ଜରୁରୀ ବୋଲି ସୂଚାଉଛନ୍ତି । ବିପଦ ବେଳେ ସାହସ ଓ ସଚେତନକରୁଥିବା ଆକାଶଙ୍କ ଫୋନ କଲପାଇଁ ଲୋକଙ୍କ ମନରେ ଖୁସିର ସ୍ଥିତି ସୃଷ୍ଟି ହୋଇଥିଲା ବେଳେ କୋରାଇ ଅଂଚଳରେ ଏହାକୁ ନେଇ ଚର୍ଚ୍ଚା ଖୁବ ଜୋର ଧରିଛି । ବିଶେଷକରି ଖୋଦ ଆକାଶଙ୍କ ନିଜ ଦଳରେ । ୨ବର୍ଷ ହେଲା ପତିଆରା ବିସ୍ତାର କରିଥିବା କେତେକ ଛାଆଁମୁହାଁ ନେତାଙ୍କ ମନରେ ଛନକା ପସିଛି ; କୋରାଇକୁ ପୁଣି ଆକାଶଙ୍କ ଲେଉଟାଣି ଆଶଙ୍କାରେ । ସେ ଯାହାହେଉ ବା’ କାହା ମନରେ କ’ଣ ଥାଉ; ଏହି ମହାବିପତି ସମୟରେ ପ୍ରତ୍ୟହ କୋରାଇ ଲୋକଙ୍କୁ ଆକାଶ ବାବୁ ଫୋନକଲ କରି ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିବା ଓ କରୋନାକୁ ନଡରି ମୁକାବିଲା ଲାଗି ସଚେତନତା ବାର୍ତା ଦେବା ଜଣେ ନେତା ନୁହେଁ ଜଣେ ମହାନୁଭବତାର ପରିଚୟ ସୃଷ୍ଟି କରିଛନ୍ତି ।