ବଡ଼ଚଣା(ରତ୍ନଗିରି ନ୍ୟୁଜ) : ସୁଦୂର ଜାପାନରୁ ଆସିଥିବା ୧୯ଜଣିଆ ବୌଦ୍ଧ ପର୍ଯ୍ୟଟକ ଦଳ ବିଶ୍ବପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଓ ରତ୍ନଗିରି ପରିଦର୍ଶନ କରିଛନ୍ତି। ସେମାନେ ପ୍ରଥମେ ଉଦୟଗିରିଠାରେ ପହଞ୍ଚି ମାଧବପୁର ବୌଦ୍ଧ ମହାବିହାର ସମ୍ମୁ ଖଭାଗରେ ଥିବା ଇଟା ନିର୍ମିତ ମହାସ୍ତୁପ, ପଞ୍ଚରଥ ଶୈଳୀରେ ନିର୍ମିତ ସିଂହପ୍ରସ୍ଥ ବୌଦ୍ଧ ମହାବିହାର, ମହାକାଳ ମନ୍ଦିର ଏବଂ ଚୈତଗୃହସ୍ତୁପ ପରିମଣ୍ଡଳ ବୁଲି ଦେଖୁଥିଲେ। ଅଢ଼େଇ ହଜାର ବର୍ଷ ତଳର ଏହି ଗୌରବମୟ ବୌଦ୍ଧ ଐତିହ୍ୟ ଧଉଳି ଶାନ୍ତିସ୍ତୁପ ପରିଦର୍ଶନ କରିଥିଲେ। ସେମାନେ ଓଡ଼ିଶାର ପ୍ରମୁଖ ବୌଦ୍ଧପୀଠ ଓ କୀର୍ତ୍ତିରାଜି ସେମାନଙ୍କୁ ଅବିଭୂତ କରିଛି । ଉଦୟଗିରି ବୌଦ୍ଧପୀଠ ପରେ ଜାପାନୀ ପର୍ଯ୍ୟଟକ ଦଳ ରତ୍ନଗିରି ବୌଦ୍ଧବିହାର, ସଂଗ୍ରହାଳୟ, ମହାକାଳ ମନ୍ଦିର ମଧ୍ୟ ପରିଦର୍ଶନ କରିଥିବା ଜଣାପଡିଛି l ଉଦୟଗିରିଠାରେ ଏହି ବିଦେଶୀ ପ୍ରତିନିଧୁମାନଙ୍କୁ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତିର ସଦସ୍ୟ ଜ୍ଞାନରଂଜନ ପ୍ରଧାନ ସ୍ଵାଗତ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଏହି ପ୍ରତିନିଧୂମଣ୍ଡଳୀରେ ଦୀର୍ଘବର୍ଷ ଧରି ଜାପାନରେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ମହିଳା ପ୍ରଫେସର ମଧ୍ୟ ସାମିଲ ହୋଇଥିଲେ ।
Related Stories
November 9, 2024
November 9, 2024