ବରୀ(ରତ୍ନଗିରି ନ୍ୟୁଜ)୧୯/୦୮ :ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ଅନ୍ତର୍ଗତ ବରପଦା ପଞ୍ଚାୟତଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବରପଦା ପରିସରରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରେ ଆୟୋଜିତ ଉତ୍ସବ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ବଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟ, ବାଲିଆ ର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରମୋଦ କୁମାର ଦାସ ଯୋଗଦେଇଥିଲେ l ଅନ୍ୟତମ ଅତିଥିଭାବେ ବିଦ୍ୟାମନ୍ଦିରର କୋଷାଧ୍ୟକ୍ଷ- ରାମଚନ୍ଦ୍ର ସାମଲ, ମୁଖ୍ୟବକ୍ତା ଭାବେ ଅଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଜ୍ଞାନର ବିକାଶରେ କିପରି ବିଜ୍ଞାନ ସହାୟକ ହୋଇ ପାରୁଛି ସେ ସମ୍ପର୍କରେ ଅବଗତ କରାଇଥିଲେ l ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶୁଭ୍ରଜିତ ଧଳ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ତ୍ରିଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ପରେ ପରେ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କୁ ନେଇ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ତୃତୀୟ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ଅଧ୍ୟାୟନରତ ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ବିଭିନ୍ନ ବିଭାଗର ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା । ଏଥିରେ ବିଚାରକ ଭାବେ ଶିକ୍ଷୟତ୍ରୀ ପଦ୍ମାବତୀ ସ୍ୱାଇଁ, ଶିକ୍ଷକ ସନ୍ତ କୁମାର ପ୍ରଧାନ, ତପନ କୁମାର ଜେନା, ଜଗା ଶିଶୁ ସାହିତ୍ୟ ସଂସଦର ସମ୍ପାଦକ ଅଜୟ କୁମାର ଜେନା, ବିଦ୍ୟାମନ୍ଦିରର ଆଚାର୍ଯ୍ୟ ବିଶ୍ୱରଂଜନ ନାୟକ, ରଂଜନ କୁମାର ବେହେରା, ପ୍ରିୟଙ୍କା ସାହୁ, ସୁସ୍ମିତା ବଳ, ଜୟଶ୍ରୀ ଜେନା ପ୍ରମୁଖ ଯୋଗଦେଇଥିଲେ l ବିଭନ୍ନ ବିଭାଗରେ ଆକାଂକ୍ଷା ମହାପାତ୍ର, କୁଲଦୀପ ମହାପାତ୍ର, ଲାକମାନ ଦାସ, ମିଥିଲେସ ପରିଡା, ମନ୍ଦୀପ ମହାନ୍ତି, ଦିବ୍ୟଜ୍ୟୋତି ସାହୁ, ଶିବାନନ୍ଦ ଜେନା ପ୍ରମୁଖ ନିଜ ନିଜ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ l