ଯାଜପୁର : ଚଳିତ ମାସ ୨୦ ତାରିଖରୁ ୨୪ ତାରିଖ ଯାଏଁ ପାଞ୍ଚଦିନ ଧରି ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଅନୁଷ୍ଠିତ ହେବ ବୋଲି ଯାଜପୁର ଜିଲ୍ଲପାଳ ଅମ୍ବର କୁମାର କର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଜିଲ୍ଲା ମହୋତ୍ସବ ପୂର୍ବରୁ ୧୮ ରୁ ୨୦ ତାରିଖ ଯାଏଁ ବୈତରଣୀ ଆଳତୀ ଅନୁଷ୍ଠିତ ହେବ l ୧୮ ରେ ଅନୁଷ୍ଠିତ ହେବ ପଥ ଉତ୍ସବ, ପଥ ଉତ୍ସବରେ ନୃତ୍ୟ ସଙ୍ଗୀତ ପରିବେଷଣ, ଲାଇଭ ସ୍କେଚିଂ, ଜୁମ୍ବା, ପାରମ୍ପରିକ କ୍ରୀଡ଼ା, ରଙ୍ଗୋଲି, ରକ୍ ବ୍ୟାଣ୍ଡ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।



