ବଲାଙ୍ଗିର (ରତ୍ନଗିରି ନ୍ୟୁଜ) ବଲାଙ୍ଗିର କଂସାରି ପଡ଼ାରୁ ଆସିଛି ଏକ ଅଭାବନୀୟ ଘଟଣା। ଦିନ ଦ୍ୱିପ୍ରହରରେ ଘର ସାମ୍ନାରେ ବାଇକ ଜାଳି ଚାଲିଗଲେ କିଛି ଦୁର୍ବୁତ୍ତ। ସୂଚନା ଅନୁଯାୟୀ ଜ୍ୟୋତି ରଞ୍ଜନ ବେଦବାଗ କଂସାରି ପଡ଼ାରେ ବସବାସ କରନ୍ତି, ପେସାରେ ସେ ଜଣେ ଠିକାଦାର। ଆଜି ଦିନଦ୍ବିପ୍ରହରେ ସେ କାର୍ଯ୍ୟରୁ ଫେରି ଘରକୁ ଆସିଥିଲେ। ଘର ଭିତରେ ୧୦ ରୁ ୧୫ ମିନିଟ ରହିବା ପରେ ତାଙ୍କ ପୋଡ଼ସି ଜ୍ୟୋତିଙ୍କୁ ଫୋନ କରି କହିଥିଲେ କି ତୁମ ବାଇକ ଟି ଜଳୁଛି। ଜ୍ୟୋତିଙ୍କ କହିବା କଥା ସେ ଘର ଭିତରୁ ବାହାରି ଦେଖିବା ବେଳେ କିଛି ପିଲା ଦୌଡ଼ି ଦୌଡ଼ି ପଳାଇ ଯାଉଥିଲେ।
ଜ୍ୟୋତି ସେମାନଙ୍କୁ ପାଟିକରି ପଛରେ ଗୋଡ଼ାଇ ଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କର ମୋବାଇଲ ଫୋନ ପଡିଯାଇଥିଲା। ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିଲେ,ବର୍ତ୍ତମାନ ମୋବାଇଲ ଫୋନଟି ଜ୍ୟୋତିଙ୍କ ପାଖରେ। ଘଟଣା ସ୍ଥଳରେ ଟାଉନ ପୋଲିସ ପହଁଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି। ବଲାଙ୍ଗିର ଟାଉନରେ ଦିନରାତି ପୋଲିସ ପଇଁତରା ମାରୁଛି ହେଲେ ଦିବା ଲୋକରେ, ପୁଣି ଜନଗହଳି ଜାଗାରେ ବାଇକ ଜାଳିଦେବା ସାଧାରଣ ଜନତା ସହଜରେ ଗ୍ରହଣ କରି ପାରୁନାହାନ୍ତି।
ବଲାଙ୍ଗୀର ରୁ ଜଗନ୍ନାଥ ଧରୁଆ ଖଙ୍କ ରିପୋର୍ଟ