ପାଟକୁରା (ରତ୍ନଗିରି ନ୍ୟୁଜ) କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଫଳତାର ବିରୋଧରେ ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକ କଂଗ୍ରେସ ପକ୍ଷରୁ ଗରଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଙ୍କ ନେତୃତ୍ବରେ ଓ ବ୍ଲକ କଂଗ୍ରେସ କମିଟି ସଭାପତି ଜ୍ୟୋତି ରଞ୍ଜନ ପରିଡ଼ା ଙ୍କ ସଭାପତିତ୍ବରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା ଯୋଗ ଦେଇ ପ୍ରଶାସନ ଯେଉଁଭଳି ଭାବେ ପକ୍ଷପାତିତା କରି ବିଜେଡି ଓ ବିଜେପି କର୍ମୀ ଙ୍କୁ ଭାଗ ବାଣ୍ଟି ପ୍ରଧାନମନ୍ତ୍ରୀ ଆବାସ ଗୃହ ପ୍ରଦାନରେ ଚଞକତା କରି ଯୋଗ୍ୟ ହିତାଧିକାରୀ ଓ କଂଗ୍ରେସ କର୍ମୀ ଙ୍କୁ ବାଛ ବିଚାର କରୁନ୍ତି କଂଗ୍ରେସ ଦଳ ପ୍ରଶାସନ କୁ ଶୋଇବାକୁ ଦେବନି ବୋଲି କହିଥିଲେ । ଏହାଛଡା କେନ୍ଦ୍ର ସରକାରରେ ଥିବା ଦୁଇ ଗୁଜରାଟି ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହା ମିଳିମିଶି ଦେଶରେ ଅରାଜକତା ସୃଷ୍ଟି କରିବା ସହ ଶିଳ୍ପପତି ଆଦାନି କୁ ଅନୁକମ୍ପା ଦେଖାଇ ୮୦ ହଜାର କୋଟି ଟଙ୍କା ଠକି ନେବା ସହ ବିଭିନ୍ନ ଜାଲ କମ୍ପାନୀ ମାଧ୍ୟମରେ ଓ ଏଲଆଇସି ଓ ବିଭିନ୍ନ ବ୍ୟାଙ୍କ ରେ ଅଂଶଧନ ଖଟାଇ ହଜାର ହଜାର କୋଟି ଟଙ୍କା ଲୁଟି ନେଇ ଦେଶକୁ ଦେବାଳିଆ କରିସାରିଲାଣି। ଏହାଛଡା ନିଯୁକ୍ତି, ଶିକ୍ଷା, କୃଷି, ଦରଦାମ ବୃଦ୍ଧି ପ୍ରସଙ୍ଗ ରେ ଉଭୟ ସରକାର ଦାୟୀ ବୋଲି କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଙ୍କ ନିଜ ବକ୍ତବ୍ୟରେ କହିଥିଲେ । ଏହି ସଭାରେ ବରିଷ୍ଠ କଂଗ୍ରେସ କର୍ମୀ ସୁବାସ ସାମଲ ଙ୍କ ପରିଚାଳନା ରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରଘୁନାଥ ଶତପଥୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ମିତା ବେହେରା, ଡେରାବିଶ ବ୍ଲକ କଂଗ୍ରେସ କମିଟି ଉମେଶ ଚନ୍ଦ୍ର ତ୍ରିପାଠୀ, ପୂର୍ବତନ ସରପଂଚ ସୁଖଦାନନ୍ଦ ପ୍ରଧାନ, ସମିତି ସଭ୍ୟ ଗୋଲକ ବିହାରୀ ସ୍ବାଇଁ, ଜ୍ୟୋତି ରଞ୍ଜନ ନାୟକ, ଜିଲ୍ଲା କଂଗ୍ରେସ ସଂପାଦକ ନିରଞ୍ଜନ ରାଉତ, ଜିଲ୍ଲା କଂଗ୍ରେସ ଉପସଭାପତି ଦୟାନିଧି ଜେନା, ଜିଲ୍ଲା ସେବାଦଳ ପୂର୍ବତନ ଅଧ୍ୟକ୍ଷ ଜୟଦେବ ପରିଡ଼ା, ପଞ୍ଚାୟତ ସଭାପତି ସୁଦାମ ବାରିକ୍, ରମାକାନ୍ତ ସ୍ବାଇଁ, ପୂର୍ବତନ ସମିତି ସଭ୍ୟ ଗୋବର୍ଦ୍ଧନ ସାହୁ, ଶଙ୍କର୍ଷଣ ମଲ୍ଲିକ, ମନୋଜ ମହାନ୍ତି, ରଞ୍ଜନ ପରିଜା, ଗୟାଧର ପ୍ରଧାନ, ସମିର ମଲ୍ଲିକ, ପ୍ରମୁଖ ବକ୍ତବ୍ୟ ରଖି ବ୍ଲକ ରେ ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ଓ ଦୂନୀତି ହେବା ସହ ଟଙ୍କିକିଆ ଚାଉଳ, ରାସନ୍ କାର୍ଡ , ମନରେଗା ଯୋଜନାରେ ବ୍ଲକ ପ୍ରଶାସନ ବୁଡି ରହିଛି । ଏହାବ୍ୟତୀତ ତହସିଲ ଓ ଥାନା ମଧ୍ୟ ଦୃର୍ନୀତି ର ଗନ୍ତାଘର ପାଲଟିଛି ବୋଲି ନିଜ ନିଜର ବକ୍ତବ୍ୟରେ କହଥିଲେ । ଏହି କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟଳୟ ବନ୍ଧସାହି ଠାରୁ ଶତାଧିକ କଂଗ୍ରେସ କର୍ମୀ ମୋଟର ସାଇକେଲ ରାଲିରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ହେବା ସହ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୋଧରେ ନାରାବାଜି କରିଥିଲେ । ଦଳ ପକ୍ଷରୁ ଗରଦପୁର ବିଡ଼ିଓ ଧର୍ମ ରଂଜନ ପଣ୍ଡା ଙ୍କ ଜରିଆରେ ରାଜ୍ୟପାଳ ଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ଲେଙ୍କା, ପ୍ରଦୀପ ମହାରଣା, ପ୍ରତାପ ଲେଙ୍କା, ଫକିର ଲେଙ୍କା, ମଣ୍ଟୁ ଦାସ, ଜାନକୀ ବଲ୍ଲଭ ଭୂୟାଁ, ପ୍ରକାଶ ପରିଜା, ଧରଣୀଧର ପରିଡ଼ା, ନାରାୟଣ ରାଉତ, ଅମେରେନ୍ଦ୍ରେ ସାହୁ, ଅନ୍ନପୂର୍ଣ୍ଣା ପୃଷ୍ଟି, କୃପାସିନ୍ଧୁ ସେନାପତି, ସୁରେନ୍ଦ୍ର ବାରିକ୍, ପ୍ରଫୁଲ୍ଲ ଦାସ ଙ୍କ ସମେତ ୫ ଶହରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଯୋଗ ଦେଇଥିବା ବେଳେ ଗରଦପୁର ପଞ୍ଚାୟତ କଂଗ୍ରେସ ସଭାପତି କୁମାର ପାଣି ଧନ୍ୟବାଦ ପ୍ରଦାନ କରିଥିଲେ ।
Related Stories
December 1, 2024
November 25, 2024