ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ୍) : ଗତ ବୁଧବାର ଦିନ ରାଜ୍ଯ ସରକାର କରୋନାକୁ ଦେଖି ମାଟ୍ରିକ ପରୀକ୍ଷାକୁ ବାତିଲ କରିଦେଇଛନ୍ତି l ପିଲାଙ୍କ ପୂର୍ବ ପରୀକ୍ଷାର ଫଳକୁ ଅନୁଶୀଳନ ଆଧାରରେ ମାଟ୍ରିକ ପରୀକ୍ଷାର ମୂଲ୍ୟାଙ୍କନ ପାଇଁ ପଦ୍ଧତି ଆପଣାଇ ମାର୍କ ଦିଆ ଯାଇପାରେ ବୋଲି ସୂଚନା ମିଳୁଛି l ଏପରି ହେଲେ ଲକ୍ଷ ଲକ୍ଷ ମେଧାବୀ ପିଲାଙ୍କ କ୍ୟାରିଅର ଉପରେ ଏହାର ଘୋର ପ୍ରଭାବ ପଡିବ l ପ୍ରାୟ ପଚାଶ ପ୍ରତିଶତରୁ ଅଧିକ ପିଲାମାନେ ପରୀକ୍ଷା ପାଇଁ ଆଗ୍ରହୀ ଅଛନ୍ତି l କାଁ ଭାଁ ଏହି ଗୋଟେ ଦିଇଟା ଘଟଣାକୁ ନେଇ ସରକାର ଚାପରେ ପଡି କିମ୍ବା ଡରିଯାଇ ଏପରି ନିଷ୍ପତ୍ତି ନେଲାଭଳି ଜଣାପଡୁଛି l ପ୍ରତ୍ୟେକ ବିଦ୍ୟାର୍ଥୀ ମାଟ୍ରିକ ବୋର୍ଡ ପରୀକ୍ଷା ଫଳକୁ ନେଇ ତାର ଭବିଷ୍ୟତର ଶିକ୍ଷା ଗ୍ରହଣର ଯୋଜନାର ପଦ୍ଧତି ନିର୍ଣ୍ଣୟ କରିଥାଏ l ଯେଉଁ ପିଲାମାନେ ପାଠ ପଢ଼ାରେ ଦୁର୍ବଳ ସେମାନଙ୍କ ପାଇଁ ହୁଏତ ଏହା କିଛକାଂସରେ ସହଯୋଗ ହୋଇପାରେ ହେଲେ ସାମଗ୍ରିକ ଭାବେ ଏହାର ଏକ ବିଚ୍ୟୁତି ଦେଖାଦେବ l କାରଣ ମେଧାବୀ ପିଲାଟି ତାର ସର୍ବଶ୍ରେଷ୍ଠ ନିଷ୍ଠା ଓ ଉଦ୍ୟମରେ ବୋର୍ଡ ପରୀକ୍ଷା ଦେଇଥାଏ ହେଲେ ଏହି ନିଷ୍ପତ୍ତି ତାର ଅଧିକାର କ୍ଷୁର୍ଣ କରିଦେବା ଭଳି ମନେହେଉଛି l ତେଣୁ ସ୍କୁଲ ସ୍ତରରେ ସମସ୍ତ ମ୍ୟାଟ୍ରିକ ପିଲାଙ୍କ ତଥ୍ୟ ଅଣାଯାଉ ଓ ପରୀକ୍ଷା ପାଇଁ ଇଛୁକ ଥିବା ପିଲାଙ୍କ ପାଇଁ ସରକାର ଅନଲାଇନ କିମ୍ବା ଅଫଲାଇନରେ ପରୀକ୍ଷା କରାଇବାର ବ୍ୟବସ୍ଥା କରନ୍ତୁ l ଠିକ ସେହିପରି +2 ରେ ଇଛୁକ ପିଲାଙ୍କ ପାଇଁ ମଧ୍ୟ ବିଳମ୍ବ ନ କରି ପରୀକ୍ଷାର ସମସ୍ତ ବନ୍ଦୋବସ୍ତ କରନ୍ତୁ ଯାହା ଫଳରେ ମେଧାବୀ ପିଲାମାନେ ପରୀକ୍ଷା ଦେଇ ତାଙ୍କର ନିଜର ପରବର୍ତୀ ଶିକ୍ଷା ଗ୍ରହଣ ସହ ନିଜର ସଠିକ ମୂଲ୍ୟାୟନ କରି କ୍ୟାରିଅରରେ ଉପଯୋଗ କରିପାରିବେ ବୋଲି ଓଡିଶା ଅଭିଭାବକ ମହାସଂଘ ର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ୍ନ ବିଷୋୟୀ, ସା. ସମ୍ପାଦକ ଅଶୋକ ପାଇକରାୟ, ଭୁମୋହନ ପଟ୍ଟନାୟକ, ଶଙ୍କର୍ଷଣ ସାମନ୍ତରାୟ ଆଦି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି l
Related Stories
November 15, 2021
June 12, 2021