ବଲାଙ୍ଗୀର(ରତ୍ନଗିରି ନ୍ୟୁଜ) :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀମାନଙ୍କ ସରପଞ୍ଚ ସରଂକ୍ଷଣ ବ୍ୟବସ୍ଥାକୁ ରାଜ୍ୟ ସରକାର ଉଚ୍ଛେଦ କରିଥିବାନେଇ ତାହାରି ପ୍ରତିବାଦରେ ବଲାଙ୍ଗୀରଜିଲ୍ଲାର ଆଦିବାସୀମାନେ ସୋମବାର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ l ଜିଲ୍ଲାର କୋଣ ଅନୁକୋଣରୁ ଆଦିବାସୀମାନେ ଏକତ୍ରିତହୋଇ ନିଜର ପାରମ୍ପରିକ ବେଶଭୂଷା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଡକାବାଦ୍ୟର ତାଳେତାଳେ ସାଂସ୍କୃତିକ ଶୋଭାଯାତ୍ରାକରି ସହରର ମୁଖ୍ୟ ଚାରିଛକ ରାସ୍ତା ଅବରୋଧ କରିଥିଲେ l ଚାରିଆଡେ ଜନସମୁଦ୍ର ପାଲଟି ଯାଇଥିଲା ବଲାଙ୍ଗୀର ସହର l ଅପ୍ରୀତିକର ପରିସ୍ଥିତି ଯେପରି ନଘଟିବ ସେଥିପ୍ରତି ଜିଲ୍ଲାପ୍ରଶାସନ ତରଫରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l ଏସ ପି ନୀତିନ କୁଶଳକର ଉପସ୍ଥିତ ରହି ପରିସ୍ଥିତିକୁ ନିରୀକ୍ଷଣ କରୁଥିଲେ l ରାଜ୍ୟ ସରକାର ବୈମାତୃକ ମନୋଭାବ ରଖି ଆଦିବାସୀମାନଙ୍କ ପ୍ରତି କୁଠାରଘାତ କରିଛନ୍ତି l ଏହା ଗୋଟିଏ ଅସାମ୍ବାଧାନିକ କାର୍ଯ୍ୟ l ଏହାର ପୁନର୍ବାର ବିଚାରକରି ପୂର୍ବବତଭଳି ଆଦିବାସୀ ସରଂକ୍ଷଣ ରଖାଯାଉ ବୋଲି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଙ୍ଘ ମହାସଚିବ ଶ୍ରୀ ନିରଞ୍ଜନ ବିଶି ଦାବି ରଖି୍ଥିଲେ l ଯଦି ରାଜ୍ୟସରକାର ଏହାର କିଛି ପଦକ୍ଷେପ ନନେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ କରାଇଦିଆଯିବନାହିଁ ଏବଂ MLA, ମନ୍ତ୍ରୀ, ରାଜନେତାଙ୍କୁ କୌଣସି ଗ୍ରାମରେ ପଶାଇ ଦିଆଯିବନାହିଁବୋଲି ଆଦିବାସୀମାନେ ଚେତାବନୀ ଦେଇଛନ୍ତି l ଉକ୍ତ ଆନ୍ଦୋଳନରେ ବଲାଙ୍ଗୀରଜିଲ୍ଲାର ସମସ୍ତବ୍ଲକର ଆଦିବାସୀ ମହିଳା ଓ ପୁରୁଷମାନେ ଯୋଗଦେଇ ସରକାରଙ୍କ ଆଦିବାସୀ ସରଂକ୍ଷଣ ବ୍ୟାବସ୍ଥା ଉଚ୍ଛେଦକୁନେଇ ପ୍ରତିବାଦ କରିଥିଲେ l ଏବଂ ଏହାର ପୁନର୍ବାର ବିଚାରକରି ଆଦିବାସୀ କୋଟା ସରଂକ୍ଷଣ ରଖିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ l ଏହି ସମାବେଶରେ ହଜାରହଜାର ଆଦିବାସୀ ଉପସ୍ଥିତ ଥିଲେ l ପରେ ପରେ ଅନନ୍ଯ ବ୍ଲକରେ ସଇଁନ୍ତଲା , ଟିଟିଲାଗଡ , ଗୁଡଭେଲା ଏବଂ ଦେଓଗାଁ ବ୍ଲକର ସିଂହାମୁଣ୍ଡା ଦେଷଣ୍ଢ ଡୁମେରପିଟା ଓ ରାମଚନ୍ଦ୍ର ପୁର ପଞ୍ଚାୟତ ରେ ଅସ୍ତ୍ର ଶସ୍ତ୍ର ଧରି ରାଲି ସହ ଆନ୍ଦୋଲନ୍ ମଧ୍ଯ କରିବା ପରେ ପଞ୍ଚାୟତ କୁ ତାଲା ପକାଇଥିଲେ ଆଦିବାସୀ !
ବଲାଙ୍ଗୀର ରୁ ଜଗନ୍ନାଥ ଧରୁଆ ଙ୍କ ରିପୋର୍ଟ