ବରୀ(ରତ୍ନଗିରି ନ୍ୟୁଜ) : ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ କଲେଜରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଜାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁଧିର କୁମାର ରାଉତଙ୍କ ସଭାପତିତ୍ୱରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମକୁ ବରୀର ଯୁବ ନେତୃତ୍ୱ ତଥା ସମାଜ ସେବୀ ବିଶ୍ୱ ରଂଜନ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ସଭାକୁ ଆନୁଷ୍ଠାନିକ ଭାବେ ପ୍ରଦିପ ପ୍ରଜ୍ଜ୍ୱଳନ କରିଥିଲେ । ବିଶିଷ୍ଟ ବାଗ୍ମୀ ତଥା ବୈାଦ୍ଧ ଗବେଷକ ଡ. ହରିଶ୍ଚନ୍ଦ୍ର ପୃଷ୍ଟି ମୁଖ୍ୟବକ୍ତା ଭାବେ ଯୋଗଦାନ କରି ରାଜ୍ୟ ସରକାରଙ୍କ ଜନାଭିମୁଖର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥରଲେ । ବରୀ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡି , ୨୪ ନମ୍ବର ଜିଲା ପରିଷଦ ଯୋନ ସଦସ୍ୟ ସନ୍ତୋଷ କୁମାର ସାମଲ, ୨୩ ନଂ ଯୋନ ଜିଲ୍ଲାପରିଷଦ ସୁମିତ୍ରା ଯାଦବଙ୍କ ପ୍ରତିନିଧି ବୁଲୁ ଯାଦବ ସମ୍ମାନୀତ ଅତିଥିଭାବେ ଯୋଗଦାନ କରିଥିଲେ ।
ଅଧ୍ୟାପକ ରବିନ୍ଦ୍ର କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନୋଡାଲ ଅଫିସର ଅଧ୍ୟାପକ ପ୍ରଭାକର ଜେନା କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ । ପରେ ପରେ ଉକ୍ତ କାର୍ଯ୍ୟକ୍ରମକୁ ଦୀର୍ଘ ୧୫ ଦିନଧରି ସୁଚାରୁ ରୂପେ ସଂପାଦିତ କରିଥିବା ନୋଡାଲ ଅଫିସର- ଅଧ୍ୟାପକ ପ୍ରଭାକର ଜେନା,ସଂଯୋଜକ- ଅଧ୍ୟାପକ ଦାମୋଦର ସାହୁ.କ୍ରୀଡା ସଂଯୋଜକ- ଅଧ୍ୟାପିକା ଅନାମିକା ମିଶ. ଅଧ୍ୟାପକ ହିମାଂଶୁ ପ୍ରଧାନ,ସାମାଜିକ କାର୍ଯ୍ୟକ୍ରମ ସଂଯୋଜକ-ଅଧ୍ୟାପିକା ସୁଧାଂଶୁ ବାଳା ସ୍ୱାଇଁ. ଅଧ୍ୟାପକ ବିଦ୍ୟାଧର ଧଳ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜକ- ଅଧ୍ୟାପକ ରବିନ୍ଦ୍ର କୁମାର ଦାସ , ଅଧ୍ୟାପିକା ଶୁଶ୍ରୀ ସଂଗୀତା ଜେନାଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମଲ୍ଲିକ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପରାତନ ଛାତ୍ର ତଥା ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା ସଂଚାଳନ କରିଥିବା ବେଳେ ଶ୍ରୀ ଜେନାଙ୍କୁ ମୁଖ୍ୟ ଅତିଥି ସାରସ୍ୱତ ସ୍ୱାଭିମାନ ସମ୍ମାନ-୨୦୨୪ ରେ ସମ୍ମାନୀତ କରିଥିଲେ । ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ , ସ୍ୱାଗତ ନୃତ୍ୟ ଆଦି କଳା ପରିବେଷଣ କରି ଅତିଥି ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ଏଥି ପୂର୍ବରୁ ଆୟୋଜିତ କ୍ରୀଡା ସାମାଜିକ ସଚେତନତା ଆଦି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସଂଯୋଜକ ଅଧ୍ୟାପକ ଦାମୋଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ଅନୁଷ୍ଟାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ମାନେ ନିଜର ବହୁ ଶ୍ରମ ଦାନ କରି ସଫଳ କରିଥିବାରୁ ଅଧ୍ୟକ୍ଷ ଶ୍ରୀ ରାଉତ ସଭିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।