ବାଲେଶ୍ଵର(ରତ୍ନଗିରି ନ୍ୟୁଜ) : ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ହ୍ୟୁମାନ କେୟାର ଫାଉଣ୍ଡେସନ ତରଫରୁ ପବିତ୍ର ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମାର୍କୋଣା ବସଷ୍ଟାଣ୍ଡ, ବରି ସାଶନ ଏବଂ କୁଣ୍ଡି ଗ୍ରାମରେ ଜଳଛତ୍ର ଉଦଘାଟନ ହୋଇଯାଇଛି। ଏଥିରେ ସଂଗଠନର କର୍ମକର୍ତ୍ତାମାନେ ବୃଦ୍ଧି ପାଉଥିବା ଗ୍ରୀଷ୍ମପ୍ରବାହକୁ ନେଇ ବଜାରକୁ ଆସୁଥିବା ଲୋକ, ଯାତ୍ରୀ, ବାଟୋଇ ଏବଂ ଅସହାୟ ଲୋକଙ୍କ ପାଇଁ ଜଳଛତ୍ର ବିଭିନ୍ନ ସ୍ଥାନରେ କରିଥିବା ଜଣାପଡିଛି। ଆଜି ସଂଗଠନର କର୍ମକର୍ତ୍ତା ମାନେ ଶତାଧିକ ଲୋକଙ୍କୁ ଲସି ଓ ପାନୀୟ ଜଳ ପ୍ରଦାନ କରିବା ସହ ଅଂଶୁଘାତ ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରିଥିଲେ। ଏଥିରେ ଵିଜୟ କୁମାର ସାହୁ,ଅଜୟ କୁମାର ମହାନ୍ତି, ଗଦାଧର ଜେନା, ମଣିଭଦ୍ର ସାହୁ,ସୂର୍ଯ୍ୟକାନ୍ତ ମହାନ୍ତି, ପ୍ରମୋଦ କୁମାର ଦାଶ, ଜୀବନ କୁମାର ବେହେରା, ସୁରେଶ କୁମାର ବେହେରା, କୈସ୍ତୁବ ଦାସ, ଦିବ୍ୟସିଂ ମହାନ୍ତି, ତପନ କୁମାର,ବଳଭଦ୍ର ପଣ୍ଡା,ଭୁବନ କୁମାର ପଣ୍ଡା, ରାଜେନ୍ଦ୍ର କୁମାର ନାୟକ, ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ପରେ ପରେ ଗତକାଲି ବିଳମ୍ବିତ ରାତିରେ କ୍ଷୀରକୋଣା ପଂଚାୟତ ନରଣପୁର ଗ୍ରାମର ଅନିତା ମଳିକଙ୍କ ଦୁଇ ବଖରା ଘର ବିଦ୍ୟୁତ ସର୍ଟସର୍କିଟରେ ଜଳି ଯାଇଥିଲା। ଏହି ଖବର ଜାଣିବା ପରେ ଆଜି ହ୍ୟୁମାନ କେୟାର ଫାଉଣ୍ଡେସନ କର୍ମକର୍ତ୍ତା ମାନେ ଅନିତାଙ୍କ ଘରେ ପହଞ୍ଚି ପରିବାର ବର୍ଗଙ୍କ ସନ୍ତନା ଦେବା ସହ ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।
Related Stories
November 9, 2024
November 9, 2024