କଟକ(ରତ୍ନଗିରି ନ୍ୟୁଜ) : ଆଜି ସ୍ଥାନୀୟ କଟକର ବକ୍ସି ବଜାର ଠାରେ ଓଡିଶା ସ୍କିଲ ଡେଭେଲପ୍ମେଣ୍ଟ ଅଥୋରିଟି ଓ ୱାର୍ଲଡ ସ୍କିଲ ସେଣ୍ଟର ମାଧ୍ୟମରେ ଏକ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳ ରୁ ୪୦ରୁ ଅଧିକ ଉତ୍ସହିତ ମହିଳା ସମିତିର ସଭ୍ୟା ଯେଉଁମାନେ ଭବିଷ୍ୟତ ରେ କିଛି ନୂଆ ଉଦ୍ୟୋଗ କରିବେ ସେମାନେ ଉପସ୍ଥିତ ଥିଲେ । ଆଜି ଠାରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏକ ମାସ ଯାଏ ସ୍ଥାନୀୟ କଟକର ବକ୍ସି ବଜାର ସ୍ଥିତ ନେତଟେକ କମ୍ପୁଟର ଏକାଡେମୀ ରେ ଚାଲୁରହିବ ।
ଏହି କାର୍ଯ୍ୟକ୍ରମ ରେ ଓଡିଶା ସ୍କିଲ ଡେଭେଲପ୍ମେଣ୍ଟ ଅଥୋରିଟି ଓ ୱାର୍ଲଡ ସ୍କିଲ ସେଣ୍ଟର ତରଫରୁ ଜେନେରାଲ ମ୍ୟାନେଜର ଜିତେନ୍ଦ୍ର କୁମାର ସାହୁ, କର୍ପୋରେଟ ଏ. ଶ୍ରୀଦେବୀ, ସ୍ଵକଳ୍ପ ତରଫରୁ ଟିମ ଲିଡର ସମରେନ୍ଦ୍ର ଚୋଧୁରୀ, ଲରନେଟସ୍କିଲ ଷ୍ଟେଟ ହେଡ଼ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଟ୍ରେନିଙ୍ଗ ଓ ମନିଟରିଙ୍ଗ ହେଡ଼ ନିହାର ରଞ୍ଜନ ଓଝା ଆଦି ଯୋଗ ଦେଇ ନିଜର ବକ୍ତବ୍ୟ ରଖିବା ସହିତ ଉପସ୍ଥିତ ଭବିଷ୍ୟତ ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡିଷ୍ଟ୍ରିକ୍ଟ କୋରଡିନଟର ପ୍ରବୀଣ ବିଶ୍ୱାଳ ଓ ସେଣ୍ଟର ଏସପିଓସି ରାଜକୁମାର ନାୟକ ସଂଚାଳନ କରିଥିଲେ ।
Related Stories
December 9, 2024
December 1, 2024