ଧାମନଗର:- ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ କାଳୀପୂଜା ପାଳିତ ହୋଇଛି। ଧୁଷୁରୀ ସ୍ଥିତ ବ୍ରାହ୍ମଣୀ ପାଳରେ ମା’ କାଳୀଙ୍କ ପୂଜା ଏଥର ୫୦୨ ବର୍ଷରେ ପହଞ୍ଚିଛି। ରବିବାର ବିଳମ୍ବିତ ରାତିରେ ପୂଜା ମଣ୍ଡପରେ ଘଟ ସ୍ଥାପନ ପରେ ଯଥା ରାତିରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ବିଭିନ୍ନ ଦିବସରେ ମା’ଙ୍କ ଷୋଡ଼ଶ ଉପଚାର ଓ ଚଣ୍ଡୀପାଠ ଆଦି ପୂଜା କରାଯାଉଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକ ସାଜସଜା ପାଇଁ ଦୈନିକ ସହସ୍ରାଧୂକ ଶ୍ରଦ୍ଧାଳୁଙ୍କ ପୂଜା ମଣ୍ଡପରେ ଗହଳି ଲାଗୁଛି। ସେହିପରି ଧୁଷୁରୀ ପଞ୍ଚାୟତ ବଜାରରେ ପୂଜାପାଉଛନ୍ତି। ମା’ ସାଂସ୍କୃତିକ କାର୍ଯ୍ୟକ୍ରମ, ତୋରଣ, ଆଲୋକ ସଜା ଏବଂ ଉଠାଦୋକାନୀଙ୍କ ଯୋଗୁଁ ପୂଜା ମଣ୍ଡପ ଗୁଡିକ ସରଗରମ ହେଉଛି।
Related Stories
December 1, 2024
November 25, 2024