ଭୂବନେଶ୍ୱର(ରତ୍ନଗିରି ନ୍ୟୁଜ ୨୧/୧୨: ଉତରପ୍ରଦେଶର ନାଗରିକଙ୍କ ଆଶୀର୍ବାଦ ସର୍ବଦା ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ରହିଛି । ୟୁପିରେ ବିଜେପିର ଡବଲ ଇଞ୍ଜିନ
ସରକାର ଲୋକଙ୍କ ଜୀବନଶୈଳିକୁ ପରିବର୍ତନ କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ୟୁପିର ନିର୍ବାଚନ
ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ।
ଉତରପ୍ରଦେଶର ମଉ ଜିଲ୍ଲା ସ୍ଥିତ ଘୋସୀ ସମେତ ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ଆୟୋଜିତ ‘ଜନ ବିଶ୍ୱାସ
ଯାତ୍ରା’ରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ନିର୍ବାଚନୀ ପ୍ରଚାର କରିଛନ୍ତି । ଏହି
ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଫରେ
ଉତର ପ୍ରଦେଶ ବାସୀ ଆସ୍ଥାପ୍ରକଟ କରିଛନ୍ତି । ବିଜେପିର ଡବଲ ଇଞ୍ଜିନ ସରକାର ପ୍ରଦେଶର ଲୋକଙ୍କୁ
ଜନଧନ ଖାତାରେ ସିଧାସଳଖ ଟଙ୍କା ପଠାଇବା ସହ ପକ୍କା ଘର ନିର୍ମାଣ କରିବା ପାଇଁ ଟଙ୍କା ଦେଇଛି ।
ସୌଭାଗ୍ୟ ଯୋଜନାରେ ବିଜୁଳି, ଉଜ୍ଜଳା ଯୋଜନାରେ ଗ୍ୟାସ କନେକ୍ସନ, କରୋନା ସମୟରେ ପ୍ରଧାନମନ୍ତ୍ରୀ
ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟାନ୍ନ, ଆୟୁଷ୍ମାନ ଭାରତରେ ସ୍ୱାସ୍ଥ୍ୟର ସୁରକ୍ଷା ପ୍ରଦାନ କରିଛି ।
ମୋଦିଜୀ ଯୋଗୀଜୀ ନାଗରିକଙ୍କୁ ସ୍ୱାଭିମାନ ଦ୍ୱାରା ଜୀବନଯାପନ କରିବାର ସୁଯୋଗ ଦେଇଛନ୍ତି । ମୋଦି ଏବଂ
ଯୋଗୀ ସରକାର ଗରିବ, ବଂଚିତ, ଦଳିତ, ମହିଳା ଏବଂ ଯୁବପିଢିଙ୍କୁ କେନ୍ଦ୍ରବିନ୍ଦୁରେ କାମ କରୁଥିବା
ସରକାର ।
ଜନଆଶୀର୍ବାଦ କାରଣରୁ ଚା’ ବିକୁଥିବା ବିକ୍ରି କରୁଥିବା ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି ।
‘ସବକା ସାଥ୍, ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ ମନ୍ତ୍ରରେ ଦଳ ଆଗକୁ ବଢ଼ୁଛି । କରୋନା
ସମୟରେ ବିଶ୍ୱ ଦୋଛକିରେ ଛିଡ଼ା ହୋଇଥିଲା । ସେହି ସମୟରେ ଉତର ପ୍ରଦେଶ ଭଳି ବଡ଼ ରାଜ୍ୟରେ
ଗରିବ, ଅସହାୟ, ଚାଷୀ ଓ ମହିଳା ଲୋକଙ୍କୁ ଆର୍ôଥକ ସାହାଯ୍ୟ ଓ ସହଯୋଗ ଦିଆଯାଇଛି । ମୋଦି
ସରକାରରେ ଉତରପ୍ରଦେଶ ନାଗରିକ ଆଜି ସୁରକ୍ଷିତ ଅଛନ୍ତି । କଂଗ୍ରେସ କ୍ଷମତାରେ ସମୟରେ ଦିଲ୍ଲୀରୁ
ଆସୁଥିବା ପଇସା ଲୋକଙ୍କ ପାଖରେ ଠିକ୍ରେ ପହଁଚୁନଥିଲା । ମାତ୍ର ଆଜି ମୋଦି ସରକାରଙ୍କ ଜନଧନ ଭଳି
ଅନେକ ଯୋଜନାରେ ଲୋକଙ୍କ ପାଖରେ ସିଧାସଳଖ ଟଙ୍କା ପହଁଚିପାରୁଛି । ଡବଲ ଇଞ୍ଜିନ ସରକାର ଯୋଗୁଁ
ହିଁ ଏହା ସମ୍ଭବ ହୋଇପାରିଛି । ଆଜି ମୋଦି ଓ ଯୋଗୀଙ୍କ ସରକାରରେ ଗୁଣ୍ଡାଗର୍ଦ୍ଦି କରୁଥିବା ଲୋକ ଜେଲରେ
ଅଛି । ଆଜିର ସରକାର ବିକାଶ, ଉନ୍ନୟନମୂଳକ କାର୍ଯ୍ୟର ଏବଂ ସମସ୍ତଙ୍କୁ ସୁରକ୍ଷା ଦେବାର ସରକାର ହେବା
ଦରକାର । ଯାହା ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରି ଦେଖାଇଛନ୍ତି ବୋଲି ଶ୍ରୀ ପ୍ରଧାନ
କହିଛନ୍ତି ।
Related Stories
November 9, 2024
November 9, 2024