ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ): ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଆଜି ପୁଣି ୯୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୪୧୨ ଜଣ ଚିହ୍ନଟ ହେବା ସହ ୧୨୮ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭୪ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୧୨ଟି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୩ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୩୯, ଅନୁଗୋଳରୁ ୨୪, ବାଲେଶ୍ୱରରୁ ୨୫, ବରଗଡ଼ରୁ ଜଣେ, ଭଦ୍ରକରୁ ୧୪, ବଲାଙ୍ଗିରରୁ ୧୭, ଦେବଗଡ଼ରୁ ୯, ଢେଙ୍କାନାଳରୁ ୧୫, ଗଜପତିରୁ ଜଣେ, ଗଞ୍ଜାମରୁ ୮, ଜଗତସିଂହପୁରରୁ ୪୫, ଯାଜପୁରରୁ ୪୯, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୨୩, କେନ୍ଦୁଝରରୁ ୧୩, କୋରାପୁଟରୁ ୩, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୩୨, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୨୦, ପୁରୀରୁ ୩୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୫, ସୁବର୍ଣ୍ଣପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟ୍ ପୁଲ୍ରୁ ୮୫ ଜଣ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡ଼ା, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାର ୧୭୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୮୨ ହଜାର ୩୧୯ ରହିଥିବା ବେଳେ ୯ ହଜାର ୫୭୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
Related Stories
December 21, 2021
December 19, 2021