ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ) ୧୪/୧୨: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପଦ୍ମାବତୀ ଗ୍ରାମର ଝଡିଆ ଦାସ ଙ୍କ ଜୈଷ୍ଠସନ୍ତାନ ଙ୍କ ସହ ଖୋସାଳ ପଲ୍ଲୀ ଗ୍ରାମର ଦୟାନିଧି ଦାସ ଙ୍କ ଜୈଷ୍ଠକନ୍ୟା ଉର୍ମିଳା ଦାସ ଙ୍କ ଶୁଭ ବିଭାହ ଉତ୍ସବ ବୌଦ୍ଧ ରୀତିନୀତିନୁସାରେ ସମ୍ବିଧାନ ସାକ୍ଷୀରେ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି । ଏହା ଗୋଟେ ଅଭିନବ ପ୍ରୟାସ ସହ ଏହା ନିଶ୍ଚିତ ଭଲ ବାର୍ତ୍ତା ସମାଜ ପାଇଁ ଆଣିଛି । ସମାଜରେ ଯେଉଁ ବାହାଘର ଉଭୟ ବର ଓ କନ୍ୟା ପକ୍ଷ ସହମତି ଅଛି କି ନାହିଁ ଜଣା ପଡୁନଥିଲା କିନ୍ତୁ ଆଜିର ଏହି ବାହାଘର ମଣ୍ଡପରେ ହିଁ ବର କନ୍ୟା ନିଜ ନିଜର ସହମତି ପ୍ରକାଶ କରିଥିଲେ ।ଫଳରେ ଏହା ନିଶ୍ଚୟ ସମାଜ ପାଇଁ ଭଲ ବାର୍ତ୍ତା ଦେବାସହ ମହାନ ଗ୍ରନ୍ଥ ସମ୍ଭିଧାନ କୁ ସାକ୍ଷୀ ରଖି ମହାମାନବ ଗୌତମ ବୁଦ୍ଧ ଙ୍କ ବିଚାର ଧାରାକୁ ନେଇ ବିବାହ କରାଯାଉଛି ବୋଲି ଆଇନଜୀବୀ ସୁମା ଦାସ ଏକ ବାର୍ତ୍ତା ଦେଇଛନ୍ତି । ଏହିପରି ଧୀରେ ଧୀରେ ପୁରପଲ୍ଲୀ ରେ ହେବା କଥା କହିବା ସହ ଏହାତ ମାତ୍ର ଏକ ଛୋଟିଆ ପ୍ରାୟସ ଆରମ୍ଭ ହୋଇଛି ବୋଲି ସୁଚନା ଦେଇଛନ୍ତି ଆଇନଜୀବୀ ଦାସ । ଏହି ବାହାଘର ଉତ୍ସବରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ଉଭୟ ପରିବାର ସମ୍ବିଧାନ କୁ ମର୍ଯ୍ୟାଦା ଦେଇ ବାହାଘର ହୋଇଥିବାରେ ଏହା ଆଗାମୀ ଦିନରେ ଏହାଏକ ସୁନ୍ଦର ବାର୍ତ୍ତା ଯିବ ବୋଲି ସେ କହିଛନ୍ତି । ଏପରି ବାହାଘର ଦ୍ୱାରା ଦୁଇପରିବାର କମ ସମୟ ଏବଂ ଅତ୍ୟଧିକ ଖର୍ଚ୍ଚ ସହ ଏକ ଧାର୍ମିକ ଚିନ୍ତନ ଏବଂ ଆଇନକୁ ସମ୍ମାନରେ ଭବିଷ୍ୟତରେ କୌଣସି ପ୍ରକାର ପାରିବାରିକ ଅଶାନ୍ତି ଦୁରହେବା ଉଭୟ ପକ୍ଷ ମତାମତ ରଖିଛନ୍ତି । ଆଜିର ଏହି ବାହାଘର ସମ୍ପର୍ଣ୍ଣ କରାଯାଇ ଦୁଇପରିବାର ଏବଂ ବରକନ୍ୟାଙ୍କ ସମ୍ପୁର୍ଣ୍ଣ ସହମତି ରେ କରାଯାଇଥିବା ବିବାହ ଉତ୍ସବରେ ବହୁଜ୍ଞାନୀ ଏବଂ ବୟୋଜ୍ୟେଷ୍ଠ ବ୍ଯକ୍ତି ସମତେ ଆଇନଜୀବୀ ସୁମା ଦାସ ,ଶିକ୍ଷକ ମିଥୁନ ଦାସ ଶିକ୍ଷକ ତୋଫାନ ଦାସ, ସୁମତୀ ଦାସ, କବି ଦାସ , ସୁଶାନ୍ତ ଦାସ, ପ୍ରଧାନଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଦାସ , ପ୍ରଫୁଲ ଦାସ ଙ୍କ ପ୍ରମୁଖରେ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା । ବୌଦ୍ଧ ରୀତିନୀତିରେ ମନ୍ତ୍ର ଉଚ୍ଚାରଣ ଏବଂ ସମ୍ବିଧାନକୁ ସାକ୍ଷୀ ରଖି ବାହାଘର ଦ୍ୱାରା ସମାଜ ପାଇଁ ଦିଗ ଦର୍ଶନ ସହ ସମାଜ ରୁ କୁସଂସ୍କାର କୁ ଦୂର କରିପାରିବ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନହୋଇ ସମ୍ବିଧାନର ସୁରକ୍ଷା ଓ ମର୍ଯ୍ୟାଦା ହୋଇପାରିବ ବୋଲି ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି ସମ୍ପାଦକ ପିଣ୍ଟୁ ଦାସ ।
ରିପୋର୍ଟ : ବୀଣାପାଣି ପୋଲାଇ
Related Stories
December 1, 2024
November 25, 2024