ଯାଜପୁର(ରତ୍ନଗିରି ନ୍ୟୁଜ) : ସମାଜ ସେବା କୁ ମୁଖ୍ୟ ବ୍ରତୀକରି ରସୁଲପୁର ବ୍ଳକରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ ହ୍ୟାଣ୍ଡ ୟୁଥ ମିଶନ ପକ୍ଷରୁ ଆଜି କୁଆଖିଆ ଠାରେ ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଜଳ ଓ ପଣା ପ୍ରଦାନ କରାଯାଇଛି ।ଅସହ୍ୟ ଗ୍ରୀଷ୍ମ ଯୋଗୁ ପଥଚାରି ମାନଙ୍କ ତୃଷ୍ଣା ମେଣ୍ଟଇବା ପାଇଁ ଏହି ପ୍ରୟାସ ଆଗାମୀ ଦିନ ଯାଏ ଚାଲୁ ରହିବ ବୋଲି ଅନୁଷ୍ଠାନର ସଭାପତି ତଥା ଜଣାଶୁଣା ସାମାଜିକ କର୍ମୀ ଶ୍ରୀ ରାନେଶ ସାହୁ କହିଛନ୍ତି ।ସାମାଜିକ ଦାୟିତ୍ୱ ନିର୍ବାହ କରିବା , ସମାଜର ଶେଷ ବର୍ଗର ଲୋକକୁ ସହାୟତା ପହଂଚାଇବା ଓ ଆବଶ୍ୟକୀୟ ସ୍ଥଳେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ହେଉଛି ଆମର ପ୍ରକୁତ ସମାଜସେବା ବୋଲି ଶ୍ରୀ ସାହୁ କହିଛନ୍ତି ।ସୂଚନା ଅନୁଯାୟୀ ଏହି ସାମାଜିକ ଅନୁଷ୍ଠାନ ଗତ କରୋନା ସମୟରେ ଜିଲାର କୋଣ ଅନୁକୋଣରେ ପହଁଚି ମାସ୍କ , ସାନିଟାଇଜର , ସାବୁନ ଓ ଶୁଖିଲା ଖାଦ୍ୟ ବଣ୍ଟନ କରି ସମଗ୍ର ଅଞ୍ଚଳରେ ବେଶ ପରିଚିତ ହୋଇଥିଲା।ରାଜରାସ୍ଥା ରେ ପ୍ରବାସୀ ଶ୍ରମିକ , ଗାଡି ଡ୍ରାଇଭର , ମାନସିକ ବିକାର ଗ୍ରସ୍ତ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲା , ଯାହାକି ହଜାର ହଜାର ଲୋକେ ଉପକୃତ ହୋଇଥିଲେ ।ବିଭିନ ସମୟରେ ରନ୍ଧା ଖାଦ୍ୟ ବଣ୍ଟନ କରିବା ସହ ପଶୁ ପକ୍ଷୀ ଙ୍କୁ କରୋନା ସମୟରେ ଫଳ ଦେଇ ବିଭିନ ମହଲରେ ପ୍ରିୟପାତ୍ର ହୋଇଥିଲା ଏହି ଅନୁଷ୍ଠାନ ।
ସ୍ଵଛଭାରତ ଅଭିଯାନକୁ ପ୍ରବତେଇବାକୁ ଯାୟୀ ଏହି ଅନୁଷ୍ଠାନ ଅନ୍ୱେଷଣ ଥିଏଟର ସହ ମିଶି ଜିଲାର ବାରୁଣୀ ଘାଟ , ବେଲେଶ୍ୱର , ବରୁନେଶ୍ୱର ଆଦି ପୀଠରେ ଏହାର ସମସ୍ତ କର୍ମକର୍ତା ଙ୍କ ସହୋଯୋଗ ବେଶ ପ୍ରନ୍ସଶିତ ହୋଇଥିଲା ।ଅନୁଷ୍ଠାନର ଏତାଦୃଶ କାର୍ଯ୍ୟ ପାଇଁ ଅନ୍ୱେଷଣ ଥିଏଟର ସମ୍ପାଦକ ଅଭିମନ୍ୟୁ ମିଶ୍ର , ଯୁବ ସାମ୍ବାଦିକ ମୃତ୍ୟୁଞ୍ଜୟ ସାହୁ , ବରିଷ୍ଟ ସାମାଜିକ କର୍ମୀ ,ଶିକ୍ଷାବିତ ଡ଼ ଚିତ୍ତରଞ୍ଜନ ମହାନ୍ତି , ସାମାଜିକ କର୍ମୀ ପ୍ରଫୁଲ ରାଉତ , ଅନ୍ୱେଷଣ ଥିଏଟର ସଭାପତି ବୃନ୍ଦାବନ ମିଶ୍ର , ନିର୍ଦେଶକ ପ୍ରସନ କୁମାର ବିଶ୍ବାଳ , ଦିଵ୍ୟାଙ୍ଗ ଙ୍କ ପାଇଁ କାର୍ଯ୍ୟ କରୁଥିବା ଓଡ଼ିଶାର ବେଶ ଜଣାଶୁଣା ସାମାଜିକ କର୍ମୀ ମଣ୍ଟୁ ଦାସ , ସାମାଜିକ କର୍ମୀ ପ୍ରଫୁଲ ଗିରି , ସାମ୍ବାଦିକ ସୁରେଶ କର , ହେଲପିଙ୍ଗ ଗାଇଜ ଇଛାପୁର ର ସମସ୍ତ କର୍ମକର୍ତା , ଜାଗ୍ରତ ଭାରତ ସ୍ୱାଭିମାନ ଟ୍ରଷ୍ଟ ର ଅଧ୍ୟକ୍ଷ ଜ୍ଞାନରଞ୍ଜନ ସ୍ବାଇଁ , ଭାରତ ସେବା ଟ୍ରଷ୍ଟ ସଂଯୋଜକ ଲକ୍ଷ୍ମୀ ଖମାରୀ ଙ୍କ ସମେତ ବହୁ ବୁଦ୍ଧିଜୀବୀ ଆଜି ଶ୍ରୀ ସାହୁ ଙ୍କୁ ସେମାନଙ୍କର ଏହି ମହନୀୟ କାର୍ଯ୍ୟ ପାଇଁ ସାଧୁବାଦ ଅର୍ପଣ କରିଛନ୍ତି । ଶ୍ରୀ ଅଭିମନ୍ୟୁ ମିଶ୍ର ଓ ମୃତ୍ୟୁଞ୍ଜୟ ସାହୁ ଙ୍କ କହିବା ଅନୁଯାୟୀ ଏହି ଅନୁଷ୍ଠାନ ନିଜସ୍ୱ ପାଣ୍ଠିରେ ଯାହା କିଛି କରିଛି ସେଥିପାଇଁ ସେମାନଙ୍କୁ ଧନ୍ୟବାଦ । ଶ୍ରୀ ମିଶ୍ରଙ୍କ କହିବା ଅନୁଯାୟୀ ରସୁଲପୁର ଅଞ୍ଚଳରେ କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନ ର ସମସ୍ତ ସଦସ୍ୟ ବେଶ ଶୃଙ୍ଖଳିତ ଓ ପରୋପକାରୀ ମଧ୍ୟ ।
Related Stories
December 1, 2024
November 25, 2024