ଯାଜପୁର(ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ସନ୍ଧ୍ୟାରେ ରୋଗୀଙ୍କୁ ଡାକ୍ତର ନଦେଖିବାକୁ ନେଇ ଉତେଜନା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟାରେ ସ୍ଥାନୀୟ ତାରାମଦନ ଅଞ୍ଚଳର ଜଣେ ବାର୍ଦ୍ଧକ୍ୟ ମହିଳା ନୁରଜାନ ବିବିଙ୍କ ଦେହ ଅସୁସ୍ଥ ହୋଇଥିବା ବେଳେ ପରିବାର ଲୋକେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ଦେଖାଇବାକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ନଦେଖି ଫେରେଇ ଦେଇଥିଲେ । ତେବେ ସୂଚନା ଫଳକରେ ଦୁଇଜଣ ଡାକ୍ତର ସନ୍ଧ୍ୟା ସମୟରେ ଡିଉଟି କରିବା ପାଇଁ ନାମ ଉଲେଖ ଥିବାବେଳେ ଜଣେ ଅନୁପସ୍ଥିତ ରହିବା ସହ ଅନ୍ୟଜଣେ ଡାକ୍ତର ରୋଗୀଙ୍କୁ ନଦେଖି ଫେରେଇ ଦେବା ଘଟଣା ଉପରେ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ ବିପର୍ଯ୍ୟସ୍ତ ସ୍ୱାସ୍ତ୍ୟ ସେବା ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜିର ଏ ଦୃଶ୍ୟ ବୟାନ କରୁଛି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିପରି ଚାଲିଛି ରୋଗୀସେବା।
Related Stories
December 9, 2024
December 1, 2024